ଓଡ଼ିଶା

ହାଇଦ୍ରାବାଦ ବୋମା ବିଷ୍ପୋରଣ ଘଟଣାରେ ଦୁଇଜଣ ଦୋଷୀଙ୍କୁ ଫାଶୀଦଣ୍ଡ ଜଣକୁ ଆଜୀବନ କାରାଦଣ୍ଡ

ହାଇଦ୍ରାବାଦ ୧୦-୯ (ଓଡ଼ିଆ ପୁଅ) ୨୫ ଅଗଷ୍ଟ ୨୦୦୭ ରେ ହାଇଦ୍ରାବାଦରେ ହୋଇଥିବା ଡବଲ ବମ ଧମାକା ମାମଲାରେ କୋର୍ଟର ନିଷ୍ପତି ଆସିଛି। ଏନଆଇଏର ସ୍ୱତନ୍ତ୍ର ନ୍ୟାୟାଳୟ ଏହି ମାମଲାରେ ଦୁଇଜଣ ଆରୋପୀ ଅନିକ ସଈଦ ଏବଂ ଇସ୍ମାଇଲ ଚୌଧରୀଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି। ଏହା ସହିତ ଅନ୍ୟ ଆରୋପୀ ତାରିକ ଅଂଜୁମକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ଏହି ମାମଲାରେ ଟ୍ରାଏଲ କୋର୍ଟ ଇଣ୍ଡିଆନ୍ ମୁଜାହିଦୀନ ଡଡ଼ିତ ଅନୀକ ସଫୀକ ସଈଦ ଏବଂ ଇସ୍ମାଇଲ ଚୌଧରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅପର ପକ୍ଷରେ, ଫାରୁକ ଶରଫୁଦ୍ଦୀନ ତରକଶ ଏବଂ ମୋହମ୍ମଦ ସାଦିକ ଇସରାର ମୁଖ୍ୟଦ ଶେଖକୁ ନିର୍ଦ୍ଦୋଶରେ ଛାଡ଼ି ଦିଆଯାଇଛି।

ସୋମବାରଦିନ ଏହି ମାମଲାରେ ପଞ୍ଚମ ଆରୋପୀ ତାରିକ ଅଂଜୁମକୁ ଆଜୀବନ ଦଣ୍ଡରେ ଦଣ୍ଡିତ କରାଯାଇଛି।

ସୂଚନାଯୋଗ୍ୟଯେ, ୨୫ ଅଗଷ୍ଟ ୨୦୦୭ରେ ହାଇଦ୍ରାବାଦରେ ଦୁଇଟି ବିଷ୍ପୋରଣ ହୋଇଥିଲା, ଯେଉଁଥିରେ ୪୨ଜଣ ଲୋକଙ୍କର ମୃତ୍ୟୁ ହେବା ସହ ୬୮ଜଣ ଲୋକ ଆହତ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top