ହାଇକୋର୍ଟ ବେଞ୍ଚ ଆନ୍ଦୋଳନ

ସମ୍ବଲପୁର, ୩୧/୮(ଓଡ଼ିଆ ପୁଅ)- – ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନରେ ମାସାନ୍ତ ୩ କାର୍ଯ୍ୟଦିବସରେ କୋର୍ଟ ଅଚଳ ଆନ୍ଦୋଳନ କ୍ରମରେ ବୁଧବାର ଦିନ ଏ ମାସର ପ୍ରଥମ ବିରୋଧ ଦିବସ ପାଳନ କରାଯାଇଛି। ନାଗରିକ କମିଟୀର ସଭ୍ୟମାନେ କଚେରୀ ଛକରେ ପିକେଟିଂ ଦ୍ୱାରା ଓକିଲ, ମହକିଲ, କର୍ମଚାରୀମାନଙ୍କର ପଥ ଓଗାଳିବା ସହିତ ମାନ୍ୟବର ବିଚାରପତିମାନଙ୍କୁ ଫେରିଯିବା ପାଇଁ ସବିନୟ ଅନୁରୋଧ କରିଥିଲେ। ଏହାଫଳରେ କେହି କୋର୍ଟ ମଧ୍ୟକୁ ପ୍ରବେଶ କରିପାରି ନଥିଲେ।

Leave a Reply

Your email address will not be published. Required fields are marked *