ଓଡ଼ିଶା

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ: ଦ୍ୱିତୀୟ ଦିନ ପାଇଁ କୋର୍ଟ ଅଚଳ

ସମ୍ବଲପୁର, ୩୦/୮ (ଓଡ଼ିଆ ପୁଅ) – ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନରେ ମାସାନ୍ତ ୩ କାର୍ଯ୍ୟଦିବସରେ କୋର୍ଟ ଅଚଳ ଆନ୍ଦୋଳନ କ୍ରମରେ ଆଜି ଏ ମାସର ଦ୍ୱିତୀୟ ବିରୋଧ ଦିବସ ପାଳନ କରାଯାଇଛି। ନାଗରିକ କମିଟୀର ସଭ୍ୟମାନେ କଚେରୀ ଛକରେ ପିକେଟିଂ ଦ୍ୱାରା ଓକିଲ, ମହକିଲ, କର୍ମଚାରୀମାନଙ୍କର ପଥ ଓଗାଳିବା ସହିତ ମାନ୍ୟବର ବିଚାରପତିମାନଙ୍କୁ ଫେରିଯିବା ପାଇଁ ସବିନୟ ଅନୁରୋଧ କରିଥିଲେ। ଏହାଫଳରେ କେହି କୋର୍ଟ ମଧ୍ୟକୁ ପ୍ରବେଶ କରିପାରି ନଥିଲେ। ପଶ୍ଚିମ ଓଡ଼ିଶା ନାଗରିକ କମିଟୀର ସଭାପତି ଭାଗବତ ପ୍ରସାଦ ନନ୍ଦ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଏହାର ନେତୃତ୍ୱ ନେଇଥିବା ବେଳେ ପୂର୍ବତନ ବିଧାୟକ ଅଶ୍ୱିନୀ କୁମାର ଗୁରୁ, ସମ୍ବଲପୁର ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ଶୋଭାରାମ ପ୍ରଧାନ, ରାଜକିଶୋର ଦାସ, ବିଭିନ୍ନ ଟ୍ରେଡ଼ ୟୁନିୟନର ନେତୃବୃନ୍ଦ, ମହିଳା ସଂଗଠନ କର୍ମୀ ତଥା ଅନ୍ୟମାନେ ଏଥିରେ ଭାଗ ନେଇଥିଲେ।

ରେଢ଼ାଖୋଲ ନାଗରିକ ମଞ୍ଚ ପକ୍ଷରୁ ମଧ୍ୟ ଅନୁରୂପ ଭାବରେ ଆଜି ଦ୍ୱିତୀୟ ଦିନ ପାଇଁ ରେଢ଼ାଖୋଲ ସିଭିଲ କୋର୍ଟ ସମ୍ମୁଖରେ ଧାରଣା ଦିଆଯାଇ କୋର୍ଟ କାର୍ଯ୍ୟକୁ ଅଚଳ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top