ad
ଅନୁଗୁଳ

ହାଇକୋର୍ଟ ବିଚାରପତି ନିଯୁକ୍ତି ଦାବିରେ ହେଉଥିବା ଆନ୍ଦୋଳନକୁ ତାଳଚେର ଓକିଲ ସଂଘର ସମର୍ଥନ

ତାଳଚେର, ୧୩/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଓକିଲ ସଂଘର ସାଧାରଣ ବୈଠକ ମଙ୍ଗଳବାର ସକାଳ ୧୧.୩୦ ମିନିଟ୍ ସମୟରେ ସଂଘର ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ହାଇକୋର୍ଟ ବାର ଆସୋସିଏସନ ବିଚାରପତି ନିଯୁକ୍ତି ଦାବିରେ ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଉକ୍ତ ବୈଠକରେ ସର୍ବସମ୍ମତିକ୍ରମେ ସମର୍ଥନ କରାଯିବା ସହ ଆଇନଜୀବୀମାନେ ସମସ୍ତ କୋର୍ଟ କାର୍ଯ୍ୟରୁ ନିବୃତ ରହିବାର ନିଷ୍ପତି ନେଇଥିଲେ। ବୈଠକରେ ହାଇକୋର୍ଟ ଗୁଡ଼ିକରେ ଖାଲିଥିବା ସମସ୍ତ ବିଚାରପତି ପଦବୀ ଏବଂ ନିମ୍ନ ଅଦାଲତଗୁଡ଼ିକରେ ଖାଲିଥିବା ଆବଶ୍ୟକୀୟ ଜଜ୍ ପଦବୀ ଶୀଘ୍ର ପୂରଣ ନହେଲେ ସାରା ଓଡ଼ିଶାରେ ଓକିଲମାନେ ଆନ୍ଦୋଳନ କରିବେ ବୋଲି ସମସ୍ତେ ମତପ୍ରକାଶ କରିଥିଲେ। ସେହିପରି ତାଳଚେରରେ ଖୋଲିବାକୁ ଥିବା ଆଡିସନାଲ ସିଭିଲ ଜଜ୍ ସିନିୟର ଡିଭିଜନ୍ ରେ ଜେ.ଏମ୍.ଏଫ୍.ସି-୨, ମୁନସିଫ କୋର୍ଟ ଶୀଘ୍ର ଖୋଲିବାପାଇଁ ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏତଦ୍ ବ୍ୟତୀତ ଓକିଲ ଦୁଃଶାସନ ସାମଲଙ୍କୁ ତାଙ୍କର ବିଶୃଙ୍ଖଳିତ ଆଚରଣ ପାଇଁ ତାଳଚେର ଓକିଲ ସଂଘ ୬ମାସ ପାଇଁ ସଂଘରୁ ନିଲମ୍ବିତ କରାଯାଇଛି ବୋଲି ସୂଚନା ଦିଆଯାଇଥିଲା। ଉକ୍ତ ବୈଠକରେ ସଂଘର ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ନାଏକ, ଉପସଭାପତି ବିନୟ କୁମାର ନନ୍ଦ, କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ପ୍ରଧାନ, ସେମିନାର ସମ୍ପାଦକ ବାଉରୀବନ୍ଧୁ ବେଜ୍, ସାଂସ୍କୃତିକ ସମ୍ପାଦକ ରାଜେନ୍ଦ୍ର ସିଂ ଡିଙ୍ଗ୍ରା, ଯୁଗ୍ମ ସମ୍ପାଦକ ପ୍ରତାପ ସାହୁ, ଅଡ଼ିଟର ବବିତା ଦାସ, ବରିଷ୍ଠ ଆଇନଜୀବୀ ଅରୁଣ ଶଙ୍କର ମିଶ୍ର, ଯଦୁମଣି ସାହୁ, ହରେକୃଷ୍ଣ ପାତ୍ର, ଅକ୍ଷୟ ପାଣି, ପେସ୍କାର ଗଡ଼ନାୟକ, ଛବି ସାହୁ, ଅଜୟ ମିଶ୍ର, ନିର୍ମଲ କୁମାର ତ୍ରିପାଠୀ, ଯଶୋବନ୍ତ ନନ୍ଦ, ଅଖିଳ ସାମଲ, ପ୍ରଭାତିନୀ ଆଚାର୍ଯ୍ୟଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ। ଏହି ଅବସରରେ ଓଡ଼ିଶା ସରକାରଙ୍କ ତରଫରୁ ସମସ୍ତ ଓକିଲଙ୍କୁ ମାସିକ ଅନୁଦାନ/ପେନସନ ସୁବିଧା ଯୋଗାଇ ଦେବାପାଇଁ ତାଳଚେର ଓକିଲ ସଂଘ ନେଉଥିବା ପଦକ୍ଷେପକୁ ହାଇକୋର୍ଟ ବାର ଆସୋସିଏସନ ଓ ଓଡ଼ିଶାର ସମସ୍ତ ବାର ଆସୋସିଏସନ ସମର୍ଥନ ଜଣାଇବା ନିମନ୍ତେ ଅନୁରୋଧ କରାଯାଇଥିଲା। ଶେଷରେ ସଂଘର ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top