ହାଇକୋର୍ଟ ବିଚାରପତିଙ୍କ ଘରେ ସିବିଆଇ ଚଢ଼ାଉ ପ୍ରତିବାଦରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ପୁରୀ,୨୧/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଓଡିଶା ବିଚାର ବିଭାଗୀୟ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଘଟଣା ହାଇକୋର୍ଟର କାର୍ଯ୍ୟରତ ବିଚାରପତି ସି.ଆର ଦାସଙ୍କ ଘରେ ଏଭଳି ଚଢ଼ାଉର ତୀବ୍ର ପ୍ରତିବାଦ କରିଛି ବାର୍ ଆସୋସିଏସନ୍। ପ୍ରତିବାଦରେ ସମଗ୍ର ଓଡିଶାରେ ଗୁରୁବାର ଦିନ ଆଇନଜୀବୀମାନେ କୋର୍ଟ ବର୍ଜନ କରିବା ସହ ଆନ୍ଦୋଳନ କରିଛନ୍ତି। ପୁରୀରେ ମଧ୍ୟ ବାର୍ ଆସୋସିଏସନ୍ ପକ୍ଷରୁ ଏହି ଘଟଣାର ତୀବ୍ର ନିନ୍ଦା କରାଯିବା ସହ କୋର୍ଟ ବର୍ଜନ କରି ଆଇନଜୀବୀମାନେ ଆନ୍ଦୋଳନ କରିଥିଲେ। ଏନେଇ ସିବିଆଇ ନାମରେ କଟକ କ୍ୟାଣ୍ଟେଲମେଣ୍ଟ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତୀବ୍ର ନିନ୍ଦା କରିଛି ବାର୍ ଆସୋସିଏସନ୍। ପୁରୀରେ ବାର୍ ଆସୋସିଏସନ୍ର ସଭାପତି ବିଜୟ ମିଶ୍ର ଓ ସାଧାରଣ ସମ୍ପାଦକ ଜୟ ନାରାୟଣ ପଟ୍ଟନାୟକଭ୍କ ନେତୃତ୍ୱରେ ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ବାର୍ ଆସୋସିଏସନ୍ର ଶତାଧିକ ସଦସ୍ୟ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇ କଚେରୀ ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଓକିଲମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ବିଶେଷ ବାଧାପ୍ରାପ୍ତ ହୋଇଥିଲା। ମାନି ମୋକଦ୍ଦମା ପାଇଁ କଚେରୀକୁ ଆସିଥିବା ଲୋକମାନେ କାର୍ଯ୍ୟବନ୍ଦରୁ ହଇରାଣ ହରକତ ହୋଇଥିଲେ।

Leave a Reply

Your email address will not be published. Required fields are marked *