କେନ୍ଦ୍ରାପଡ଼ା

ହାଇକୋର୍ଟରେ ବିଚାରପତି ନିଜୁକ୍ତି ଦାବିରେ କେନ୍ଦ୍ରାପଡାରେ ଓକିଲ ସଙ୍ଘର କାର୍ଯ୍ୟବନ୍ଦ ଆନେ୍ଦାଳନ

କେନ୍ଦ୍ରାପଡା ୨୨/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ରାଜ୍ୟ ବାର କାଉନସିଲର ଅନୁରୋଧ କ୍ରମେ ଆଜି କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ଏକ ସାଧାରଣ ସଭା ସଙ୍ଘର ସଭାପତି ଦେବଦାସ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସେହି ବୈଠକରେ ରାଜ୍ୟ ବାର କାଉନସିଲ ଓଡିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ଦାବିରେ ଜାରି ରହିଥିବା କାର୍ଯ୍ୟବନ୍ଦ ଆନେ୍ଦାଳନ ନିଷ୍ପତିକୁ ସମର୍ଥନ କରି ଆଜି ଦିନକ ପାଇଁ କେନ୍ଦ୍ରାପଡାର ସମସ୍ତ କୋର୍ଟ କାର୍ଯ୍ୟରୁ ଓକିଲମାନେ ନିବୃତ ରହବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଓକିଲ ସଙ୍ଘର ସହ ସମ୍ପାଦକ ଇତିହାସ ଲେଙ୍କା,କାର୍ଯ୍ୟକାରି କମିଟି ସଦସ୍ୟ ଗଗନ ଖଟୂଆ,ବରିଷ୍ଠ ଓକିଲ ଭୀମସେନ ଭୂୟାଁ,ଧୃବ ଚରଣ ଜେନା, ଉମେଶ ଚନ୍ଦ୍ର ସିଂ,ସରକାରୀ ଓକିଲ ସଞ୍ଜୟ କୁମାର ଜେନା,ନିରଞ୍ଜନ ବଳ,ମାନସ ଧଳ,ସ୍ମୃତିରଞ୍ଜନ ସିଂଙ୍କ ସମେତ ଶତାଧିକ ଓକିଲ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top