ଓଡ଼ିଶା

ହାଇକୋର୍ଟକଙ୍କ ନିର୍ଦ୍ଦେଶ କାମ ଦେଉନି ଡିଜେ ସାଉଣ୍ଡ ପାଇଁ ଜନଜୀବନ ଅସ୍ତବ୍ୟସ୍ତ

ବାହାନଗା/ବାଲେଶ୍ୱର, ୨୨/୦୬ (ଓଡ଼ିଆ ପୁଅ/ଭାରତୀ ଦାସ ) – ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରଶାସନ ପାଳନ କରିବାକୁ ନାରାଜ। ପ୍ରଶାସନର କୋହଳ ମନୋଭାବ ପାଇଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ। ମାନ୍ୟବର ହାଇକୋର୍ଟଙ୍କ ତରଫରୁ ଶବ୍ଦପ୍ରଦୁଷଣକୁ ନିୟନ୍ତ୍ରଣ କରିବା ପାଇଁ ୬୫ଡେସିବେଲରେ ମାଇକ ବା ଡିଜେ ସାଉଣ୍ଡ ବଜାଇବା ପାଇଁ ସିଧାସଳଖ ଭାବେ ନିର୍ଦ୍ଦେଶ ରହିଛି। ଏହା ମଧ୍ୟରେ ଭିଡ଼ ସ୍ଥାନ, ହସପିଟାଲ ସମ୍ମୁଖ ଓ ଶିକ୍ଷାନୁଷ୍ଠାନ ପାଖରେ ମାଇକ ବା ଡିଜେ ବଜାଇବା ପାଇଁ ଅନୁମତି ନାହିଁ। କିନ୍ତୁ ବାଲେଶ୍ୱର ଜିଲ୍ଲ। ବାହାନଗା ବ୍ଲକର ଗୋପାଳପୁର, ଖନ୍ତାପଡ଼ା ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଉଭୟ ସ୍ଥାନରେ ହସପିଟାଲ ଥିଲେ ମଧ୍ୟ ପ୍ରତିଯୋଗୀତା ଆଳରେ ଉଭୟ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ଡିଜେ ବଜାଇବା ପାଇଁ ରାସ୍ତା ଅବରୋଧ କରି ଦିଆଯାଉଛି। ଫଳରେ ଛୋଟ ପିଲା ଠାରୁ ଆରମ୍ଭ କରି ପ୍ରସୁତି, ଗର୍ଭବତୀ, ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ସମସ୍ତେ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ତେବେ ସମସ୍ୟା ଉପରେ ସମସ୍ତେ ଅବଗତ ଥିଲେବି ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ। ସମସ୍ୟା ଉପରେ ଗୋପାଳପୁର ନାଗରିକ ମଞ୍ଚର ଆବାହକ ସୁଦର୍ଶନ ମହାପାତ୍ର କହନ୍ତି ହାଇକୋର୍ଟ ନିର୍ଦ୍ଦେଶ ପାଳନ କରାଯିବା ଏବଂ ଡିଜେ ବଜାଇବା ପାଇଁ ପ୍ରଶାସନର ଅଙ୍କୁଶ ରହିବା ନିହାତି ଜରୁରୀ। ସେହିପରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରିଣୀ ଡା. ମଧୁସ୍ମିତା ବେହେରା ନିଜ ପ୍ରତିକ୍ରିୟାରେ ଡିଜେ ସାଉଣ୍ଡ ସମସ୍ତଙ୍କ ପାଇଁ କ୍ଷତି କର ବୋଲି କହିଛନ୍ତି। ପ୍ରକାଶ ଯୋଗ୍ୟ ଭଦ୍ରକରେ ପୋଲିସ ପ୍ର୍ରଶାସନ ତରଫରୁ ଡିଜେ ସେଟ ଜବଦ ହେବା ପରେ ଗୋପାଳପୁର ନାଗରିକ ମଞ୍ଚ ଓ ମା କାଳୀ ବ୍ୟବସାୟୀ ସଙ୍ଘ ତରଫରୁ ଡିଜେ ଉପରେ ବ୍ୟାନ ପାଇଁ ପ୍ରଶାସନ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top