ହଷ୍ଟେଲ ଯିବା ରାସ୍ତାରୁ ୯ମ ଶ୍ରେଣୀର ବାଳକ ନିଖୋଜକୁ ନେଇ ଥାନାରେ ଅଭିଯୋଗ

ହରିଚନ୍ଦନପୁର,ତା ୩୦ ଅଗଷ୍ଟ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଠାଗୋଳା ଗ୍ରାମର ବ୍ରହ୍ମାନନ୍ଦ ସାହୁଙ୍କ ପୁଅ ଗଗନ ସାହୁ ନିଖୋଜକୁ ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗଗନ ପିଟାପିଟି ଗ୍ରାମର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପାଠାୟନ କରୁଥିଲେ । ସେ ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିଲେ କିଛି ଦିନ ପୂର୍ବରୁ ଗଗନ ମିଳିମିଳା ରୋଗରେ ପିଡିତ ଥିବାରୁ ଘରକୁ ଛୁଟି ନେଇ ଯାଇଥିଲେ । ମିଳିମିଳା ଭଲ ହେବା ପରେ ଚଳିତ ମାସ ୯ତାରିଖ ଦିନ ଗଗନ ହାତରେ ୨୦କିଲୋ ଚାଉଳ ଧରି ଘରୁ ହଷ୍ଟେଲ ଅଭିମୁଖେ ଆସିଥିଲେ । ଚାଷ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ବ୍ରହ୍ମନନ୍ଦ ପୁଅକୁ ହଷ୍ଟେଲରେ ଛାଡିବା ପାଇଁ ଆସିପାରିନଥିବାର ଜଣାପଡିଛି । ଗଗନ ପିଠାଗୋଳା ଗ୍ରାମରୁ ଗୋଟିଏ ବସ ଯୋଗେ ଆସି ଝାଡପୋଖରୀ ଛକ ନିକଟରେ ଉହ୍ଲାଇଥିଲେ । ସେଠାରୁ ୩କିଲୋମିଟର ଗଲା ପରେ ରାଧାକୃଷ୍ଣ ବିଦ୍ୟାଳୟ ଆସିଥାଏ, କିନ୍ତୁ ଗଗନ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟରେ ପହଞ୍ଚିନଥିଲେ । ଚାଷ କାର୍ଯ୍ୟରେ ବ୍ୟସ୍ତକୁ ନେଇ ପରିବାର ଲୋକମାନେ ବିଦ୍ୟାଳୟକୁ ଆସିପାରିନଥିବା ସହ ଫୋନ ନମ୍ବର ଡିଲିଟ୍ ହୋଇଯାଇଥିବାକୁ ନେଇ ବିଦ୍ୟାଳୟ ଦାୟିତ୍ୱରେ ଥିବା କତୃପକ୍ଷଙ୍କ ସହ ଯୋଗା ଯୋଗ କରିପାରିନଥିଲେ । ଚାଷ କାର୍ଯ୍ୟ ସରିବା ପରେ ଗତ ସୋମବାର ଦିନ ଗଗନଙ୍କ ମାଆ ଜିତନ ସାହୁ ପୁଅକୁ ଦେଖା କରିବା ପାଇଁ ବିଦ୍ୟାଳୟକୁ ଆସିଥିଲେ । ବିଦ୍ୟାଳୟରେ ପହଞ୍ଚି ଗଗନକୁ ଦେଖା କରିବା ପାଇଁ ଦାୟିତ୍ୱରେ ଥିବା କତୃପକ୍ଷକୁ କହିଥିଲେ । କତୃପକ୍ଷ ପାଖରୁ ଶୁଣିବାକୁ ପାଇଥିଲେ କି ଗଗନ ବିଦ୍ୟାଳୟକୁ ଆସିନାହାନ୍ତି । ଖବର ପାଇବା ପରେ କାଳେ ଗଗନ ନିଜ ସର୍ମ୍ପକୀୟ ବନ୍ଧୁବାନ୍ଧବ ଘରକୁ ବୁଲିବାକୁ ପଳାଇଥିବ ବୋଲି ଭାବି ସମସ୍ତଙ୍କ ଘରକୁ ଯାଇ ଖୋଜାଖୋଜି କରିବା ପରେ ମଧ୍ୟ ଗଗନଙ୍କର କୈାଣସି ସନ୍ଧାନ ପାଇନଥିଲେ । ସନ୍ଧାନ ନପାଇ ଗଗନ ନିଖୋଜ ହୋଇଥିବାକୁ ନେଇ ଥାନାରେ ଫଟୋ କପି ସହ ସମସ୍ତ ତଥ୍ୟ ଦେଇ ଏକ ଲିଖିତ ଅଭିଯୋଗ କରିଥିବାର ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *