Home ଓଡ଼ିଶା ହଷ୍ଟେଲ ପିଲାମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଭାରତ ସେବା ସୋସାଇଟିର କ୍ଷେତ୍ର...

ହଷ୍ଟେଲ ପିଲାମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଭାରତ ସେବା ସୋସାଇଟିର କ୍ଷେତ୍ର ସଂଯୋଜକଙ୍କୁ ଥାନାରେ ଅଟକ ; ହଷ୍ଟେଲରୁ ୪୦ ଶିଶୁ ଉଦ୍ଧାର

94

କୋରାପୁଟ ; ତା୨୫-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ) ମିଶନାରୀ ସଂସ୍ଥା ଦ୍ୱାରା କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାର ପଂଚାୟତର ଗିର୍ଞିଗୁଡା ଗ୍ରାମରେ ଭାରତ ସେବା ସୋସାଇଟି ନାମରେ ଏକ ହ ଷ୍ଟେଲ ଖୋଲି ୪୬ ଜଣ ଶିଶୁଙ୍କୁ ରଖିଥିବା ଜଣାପଡିଛି ।ଫୁଲବାଣୀ ଜିଲ୍ଲାର ୬ , ନବରଗଂପୁର ଜିଲ୍ଲାର ୨ ଓ କୋରାପୁଟ ଜିଲ୍ଲାର ୪୬ ଜଣ ପିଲା ରୁହନ୍ତି ।ମାନବାର ସ୍କୁଲରେ ଉକ୍ତ ପିଲାମାନେ ପାଠ ପଢନ୍ତି ।୩ ଜଣ ଛାତ୍ର କୋରାପୁଟ ସରକାରୀ କଲେଜରେ ପାଠ ପଢନ୍ତି ।ହଷ୍ଟେଲର ଛାତ୍ରମାନଙ୍କ କର୍ତୂପକ୍ଷ ମାନସିକ ଓ ଶାରିରୀକ ନିର୍ଯ୍ୟତନା ଦେଉଥିବା ଅଭିଯୋଗ ହୋଇଥିଲା ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖବର ପାଇବା ପରେ ଉକ୍ତ ଗ୍ରାମକୁ ଯାଇ ତଦନ୍ତ କରି ଆସିବା ପରେ କୋରାପୁଟ ସଦର ଥାନାରେ ଏକ ଏତଲା ଦେଇଥିଲେ ।ଏତଲା ଅନୁସାରେ କୋରାପୁଟ ସଦର ଥାନା କର୍ତୂପକ୍ଷ କ୍ଷେତ୍ର ସଂଯୋଜକ ଆର.ଦାନିଏଲଙ୍କ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି ।କୋରାପୁଟ ସଦର ଥାନା ଭାରପ୍ରାପ୍ତ ନିରୀକ୍ଷକ ସନ୍ତୋଷିନୀ ଓରାମ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ ଉକ୍ତ ଗ୍ରାମକୁ ଯାଇ ୪୦ ଶିଶୁଙ୍କୁ ଉଦ୍ଧାର କରିବା ସହ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରିଥିବା ଜଣାପଡିଛି । ଶିଶୁମାନଙ୍କ ମାନସିକ ଓ ଶାରିରୀକ ନିର୍ଯ୍ୟତନା ଦେଉଥିବା ଅଭିଯୋଗ ହେବା ପରେ ଶିଶୁମାନଙ୍କ ଉଦ୍ଧାର କରାଯାଇଥିଲା ବୋଲି କୋରାପୁଟ ସଦର ଥାନା ଭାରପାପ୍ତ ନିରୀକ୍ଷକ ସନ୍ତୋଷିନୀ ଓରାମ ପ୍ରକାଶ କରିବା ଆର.ଦାନିଏଲଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ସେ ସୂଚନା ଦେଇଥିଲେ । ଶିଶୁମାନଙ୍କୁ ଘର ନିର୍ମାଣ କାମରେ ନିୟୋଜିତ କରାଯାଉଥିବା ଅଭିଯୋଗ ହେବାପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ ସୂଚନା ଦେଇଥିଲେ ।ଆମ୍ଭମାନଙ୍କୁ ଘର ନିର୍ମାଣ କାମରେ ନିୟୋଜିତ କରାଯାଉଥିଲା ବୋଲି ଶିଶୁ ଡି .ତାଡିଙ୍ଗୀ ପ୍ରକାଶ କରିଥିଲେ ।ଆଗରୁ ଏଠାରେ ପିଲାମାନଙ୍କୁ ମାଡ ମରାଯାଉଥିଲା ବୋଲି ନିବାସୀ ରାଜ କିଶୋର ମଲ୍ଲିକ ସୂଚନା ଦେବା ସଙ୍ଗେ ଏବେ ସେପରି ହେଉ ନ ଥିବା ପ୍ରକାଶ କରିଥିଲେ । ଶିଶୁମାନଙ୍କୁ ଏଠାରେ କୈାଣସି ନିର୍ଯ୍ୟତନା ଦିଆଯାଉ ନ ଥିବା ପାଷ୍ଟର ତଥା ଟିଟ୍ୟୁର ଅଜୟ ତାଡିଙ୍ଗୀ ପ୍ରକାଶ କରିଥିଲେ ।ପିଲାମାନେ ନିଜ ଇଛାରେ ବଗିଚା କାମ କରୁଥିଲେ ବୋଲି ସେ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.