ହରିବଂଶ ହେଲେ ରାଜ୍ୟସଭା ଉପାଧ୍ୟକ୍ଷ

ନୂଆଦିଲ୍ଲୀ ୯-୮ (ଓଡ଼ିଆ ପୁଅ) : ରାଜ୍ୟସଭା ଉପାଧ୍ୟକ୍ଷ ହେଲେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ। କଂଗ୍ରେସ ପ୍ରାର୍ଥୀ ବି.କେ. ହରିପ୍ରସାଦଙ୍କୁ ହରାଇ ହରିବଂଶ ବିଜୟୀ ହୋଇଛନ୍ତି। ହରିବଂଶଙ୍କୁ ୧୨୫ ଖଣ୍ଡ ଭୋଟ୍ ମିଳିଛି। ସେହିପରି ବି.କେ. ହରିପ୍ରସାଦଙ୍କୁ ମିଳିଛି ୧୦୫ଟି ଭୋଟ୍। ପ୍ରଧାନମନ୍ତ୍ରୀ ନରେଦ୍ରମୋଦୀ ନବ ନିର୍ବାଚିତ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଜି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବ ବୋଲି ପୂର୍ବରୁ ପ୍ରକାଶ କରିଥିଲା ଏବଂ ବିଜେଡି ସମର୍ଥନ କରିଥିଲା। ସୂଚନାଯୋଗ୍ୟଯେ, ଏ ନେଇ ମଙ୍ଗଳବାର ନବୀନଙ୍କୁ ଟେଲିଫୋନ୍ କରି ଅନୁରୋଧ କରିଥିଲେ ନୀତିଶ କୁମାର।

Leave a Reply

Your email address will not be published. Required fields are marked *