ଓଡ଼ିଶା

ହରିଣ ମାଂସ ଓ ଚମଡା ଜବତ: ଜଣେ ଗିରଫ

ବାରିପଦା ୨୬-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ଆଜି ଦ୍ୱି ପ୍ରହର ସମୟରେ ବହଳଦା ଗ୍ରାମର ବାଲିପାଳ ନିକଟ ପଥରେ ଖଦାନ ନିକଟରେ ଏକ ହରିଣକୁ କଟା ଯାଉଥିବାର ଖବର ପାଇ ଡୁକୁରା ରେଞ୍ଜର ଅନନ୍ତ କୁମାର ଜେନାଙ୍କ ନେତୃତ୍ୱରେ ବନକର୍ମଚାରୀ ସେଠାରେ ଚଢ଼ାଉ କରିଥିଲେ। ଉକ୍ତ ଚଢ଼ାଉ ସମୟରେ ଜଣେ ଖସି ଯିବାପାଇଁ ସଫଳ ହୋଇଥିବାବେଳେ ଅନ୍ୟଜଣେ ବନ କର୍ମଚାରୀଙ୍କ ହାତରେ ଧରା ପଡିଥିଲା। ଗିରଫ ଆସାମୀ ଜଣକ ହେଉଛି ଖୁଣ୍ଟା ଥାନା ଅନ୍ତର୍ଗତ ବାଲିପଲ ଗ୍ରାମର ବଡ଼ନେତ୍ର ସିଂ।ଆସାମୀ ଠାରୁ ୧୦-୧୨ କି ଗ୍ରା ଓଜନ ର ମାଂସ, ହରିଣ ଚମଡା ଯାହାର ଲମ୍ବ ୬.୫ ଇଞ୍ଚ ଓ ଓସାର ୨.୫ ଇଞ୍ଚ। ଉକ୍ତ ଚଢ଼ାଉରେ ବନବିଭାଗ ପକ୍ଷରୁ କେଦାରନାଥ ନାୟକ, ଜଗଦୀଶ ସାହୁ, ଲବଙ୍ଗଲତା ବିନ୍ଧାଣି ଓ ସାଧବ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top