ହରିଚନ୍ଦନପୁର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଦିବ୍ୟଜୀବନ ସଂଘ ପକ୍ଷରୁ ସତସଙ୍ଗ ଓ ଗୁରୁପୂଜନ କାର୍ଯ୍ୟକ୍ରମ

ହରିଚନ୍ଦନପୁର, ତା୧୫.୦୪(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଦିବ୍ୟଜୀବନ ସଂଘ ପକ୍ଷରୁ ସତସଙ୍ଗ ଓ ଗୁରୁପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦିବ୍ୟଜୀବନ ସଂଘର ସଭାପତି ଶ୍ରୀଯୁକ୍ତ ଜଳଧର ସାହୁ ଓ ସଂପାଦକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଛି। ପୁରୁଷୋତ୍ତମ ସାହୁ, ଦାଶରଥି ସାହୁ, ଆନନ୍ଦ ଚନ୍ଦ୍ର ମହାନ୍ତ, ରଘୁନାଥ ମହାନ୍ତ, ସଞ୍ଜୟ କୁମାର ପ୍ରସାଦ, ଗୋପାଳ ଚନ୍ଦ୍ର ସାହୁ ସଂଘର ସଭ୍ୟବୃନ୍ଦ ଭାବେ ଯୋଗଦେବା ସହ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ କିଛି ଶିକ୍ଷିତ ବ୍ୟକ୍ତିମାନଙ୍କୁ ପୁସ୍ତକ ପଠନ ପାଇଁ ବଣ୍ଟା ଯାଇଥିବାର ସଂଘ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *