କେନ୍ଦୁଝର

ହରିଚନ୍ଦନପୁର ବ୍ଲକ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ

ହରିଚନ୍ଦନପୁର,ତା୧୨.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଏବେ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ନେବାରୁ ଜଣାପଡିଛିକି ପ୍ରତ୍ୟେକ ଦିନ ହରିଚନ୍ଦନପୁର ବ୍ଲକ ନିକଟରେ ମଦୁଆମାନଙ୍କ ଆଡ୍ଡା ଜମିଥାଏ । ବ୍ଲକ ମଧ୍ୟରେ ଥିବା ପମ୍ଫ ହାଉସରେ ମଦୁଆମାନେ ମଦ ପିଉଥିବାର ଦୃଶ୍ୟମାନ ହେଉଥାଏ କିନ୍ତୁ ବ୍ଲକ ଅଧିକାରୀଙ୍କର ନଜର ପଡୁନଥିବାକୁ ନେଇ ଜନସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ସରକାରଙ୍କ ନିୟମ ଅନୁଶାରେ ମଦ ପିଇ ସରକାରୀ କାର୍ଯ୍ୟାଳୟ ନିକଟକୁ ଯିବା ନିଷେଦ୍ଧ ଥିବା ବେଳେ କେମିତି ଏପରି ନିୟମ ଉଲ୍ଲଘ୍ନ କାର୍ଯ୍ୟ ଚାଲିଛି । ଓ ବ୍ଲକ ପରିସର ମଧ୍ୟରେ ଥିବା ପମ୍ଫ ହାଉସର କବାଟ ପ୍ରତ୍ୟେକ ଦିନ ମଦୁଆମାନଙ୍କ ପାଇଁ ଖୋଲା ରହୁଥିବା ଘଟଣା ଏ ଅଞ୍ଚଳର ଜନସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବାଳକ ଉଚ୍ଚ ବିଦ୍ୟାଳୟଟି ଥିବା ବେଳେ ନିକଟରେ ଏମିତି ମଦୁଆଙ୍କ ପାଦୃଭାବ ଦେଖାଯିବା ସହ ମଦ ବୋତଲ ପଡିବା ଘଟଣାରୁ ଛାତ୍ର ଛାତ୍ରୀ ମାନେ କଣ ଶିକ୍ଷା ପାଇବେ ତାହା ସାଧାରଣରେ ଆଲୋଚନା ହେଉଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ଏହିଭଳି ବେନିୟମ କାର୍ଯ୍ୟକୁ ବନ୍ଦ କରିବାକୁ ଜନସାଧାରଣରେ ଦାବି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top