ହରିଚନ୍ଦନପୁର ବ୍ଲକରେ ଶିଶୁ ଦିବସ ନାମରେ ଶିଶୁମାନଙ୍କୁ ଶୋଷଣ

ହରିଚନ୍ଦନପୁର ତା ୧୪.୧୧ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ସ୍ତରୀୟ ଶିଶୁ ଦିବସ ନାମରେ ଶିଶୁମାନଙ୍କୁ ଶୋଷଣ କରିଥିବାର ଦେଖିବାକୁ ମିଳିଛି ।ହରିଚନ୍ଦନପୁର ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇବା ଶିଶୁ ଦିବସ କାର୍ଯ୍ୟକ୍ରମରେ ହଜାର ହଜାର ଛାତ୍ର ଛାତ୍ରୀମାନଙ୍କୁ ଜଳଖିଆ ନାମରେ ୫ଟଙ୍କିଆ ବିସ୍କୁଟ ଦିଆଯାଇଥିଲା । ଏଥିପାଇଁ ସରକାରଙ୍କ ତରଫରୁ ଲକ୍ଷାଧିକ ଟଙ୍କା ଅନୁଦାନ ହୋଇଥିଲେ ମଧ୍ୟ ପିଲାମାନଙ୍କୁ ଭାତ ସହ ନିମ୍ନମାନର ଡାଲି ସାଙ୍ଗକୁ ଆମ୍ବଡା ଖଟା ଦିଆଯାଇଥିବାର ଅଭିଯୋଗ ହୋଇଛି । ସୂଚନାରୁ ଜଣାପଡିଛି ଯେ ବ୍ଲକର ପ୍ରତ୍ୟେକ ଗ୍ରାମପଞ୍ଚାୟତର ଗୋଟିଏ ସ୍କୁଲରେ ଏହି ଶିଶୁ ଦିବସ ନିମନ୍ତେ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସିଧାସଳକ ପ୍ରସାରଣ ପାଇଁ ସ୍ବତନ୍ତ୍ର ଅନୁଦାନ ପଞ୍ଚାୟତକୁ ଦିଆଯାଇଥିଲା ।କିନ୍ତୁ କେତେକ ଅସାଧୁ କର୍ମଚାରୀମାନେ ଆସିଥିବା ଅନୁଦାନ ରାଶିକୁ ହଡପ କରିବା ଯୋଗୁ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଖେଳିଯାଇଛି ।ଓ ଗତ ୧୨ତାରିଖ ଦିନ ଏକ ବିଦାୟ କାଳିନ ସଭା ପାଇଁ ହୋଇଥିବା ଏକ ଛୋଟଟେଣ୍ଡରେ ଏହି କ୍ରର୍ଯ୍ୟକ୍ରମ କରା ଯିବାରୁ ଅଧିକାଂଶ ପିଲା ଟେଣ୍ଟ ବାହାରେ ଖରାରେ ବସିଥିଲେ । ହଜାର ହଜାର ପିଲାମାନେ ଏକତ୍ରିତ ହୋଇ ଗୋଟିଏ ଜାଗାରେ ବସି ଏଲିଇଡି ଓ୍ବାଲ ବଦଳରେ ଛୋଟ ଟିଭି ଲଗା ଯିବାରୁ ପିଲା ମାନେ କାର୍ଯ୍ୟକ୍ରମଟିକୁ ଦେଖିବାରୁ ବଞ୍ଚିତ ହୋଇଥିବାର ଦେଖାଯାଇଛି । ଖାଦ୍ୟବ୍ୟବସ୍ଥା ଅତ୍ୟନ୍ତ ନିମ୍ନମାନର ହୋଇଥିଲା ବୋଲି ଅବିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହିପରିକି ସୁନାପେଣ୍ଠ, ଭଗାମୁଣ୍ଡା, ବରେଇଗୋଡା. ରେବଣାପଳାସପାଳ, ମନୋହରପୁର ଓ ଭଗାମୁଣ୍ଡା ସମେତ ଅନେକ ପଞ୍ଚାୟତରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । କେତକ ଜାଗାରେ ବିଦ୍ୟୁତ ସୁବିଧା ନଥିବାରୁ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମଟିକୁ ଦେଖିରୁ ବଞ୍ଚିତ ହୋଇଥିବା ସହ ଅନେକ ଜାଗାରେ ଛୋଟ ଛୋଟ ଟିଭି ଲାଗିଥିବାର ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମକୁ ଠିକ ଭାବେ ଦେଖି ପାରିନଥିଲେ । କାର୍ଯ୍ୟକ୍ରମଟିକୁ ଭଲ ଭାବରେ ପରିଚାଳନା କରିବା ପାଇଁ ସରକାରଙ୍କ ତରଫରୁ ପ୍ରର୍ଯ୍ୟାପ୍ତ ପରିମାଣରେ ଅର୍ଥ ଯୋଗାଇ ଦିଆଯାଇଥିଲେ ମଧ୍ୟ ଦାୟିତ୍ବ ନେଇଥିବା ଅଧିକାରୀ ନିଜ ଫାଇଦାକୁ ନଜର ରଖି ହରିଚନ୍ଦନପୁର ବ୍ଲକରେ ହୋଇଥିବା ଶିଶୁ ଦିବସ କାର୍ଯ୍ୟକ୍ରମ ପ୍ରହସନରେ ପାଲଟିଛି ।

Leave a Reply

Your email address will not be published. Required fields are marked *