ହରିଚନ୍ଦନପୁର ବିଡିଓଙ୍କ ଆକ୍ରମଣକାରୀଙ୍କ ଗିରଫ ଦାବିରେ କଲମଛାଡ

କେନ୍ଦୁଝର ୨୩.୮.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ ବିଡିଓ ବିଜୟାନନ୍ଦ ସେଠୀ କ୍ଷେତ୍ର ପରିଦର୍ଶନରେ ଯାଇଥିବା ବେଳେ ତାଙ୍କୁ ଜଣେ ବ୍ୟକ୍ତି ଆକ୍ରମଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା। ଏବଂ ଏ ସଂପର୍କରେ ଥାନାରେ ମଧ୍ୟ ଏତଲା ହୋଇଥିଲା। ଏହି ଘଟଣା ବୁଧବାର ଦିନ ଘଟିଥିବା ବେଳେ ସେହିଦିନ ମଧ୍ୟ ପଣ୍ଡାପଡା ଥାନାରେ ବିଡିଓଙ୍କ ପକ୍ଷରୁଏତଲା ଦିଆଯାଇଥିଲା। ବିଡିଓଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ଜଣକ ନାମ ପ୍ରଶନ୍ନ ନାଏକ ଓ ସେ ବିଜେପି ଦଳର ସକ୍ରୀୟ କର୍ମୀ ବୋଲି କୁହାଯାଇଛି। ବିଡିଓଙ୍କ କହିବାନୁଶାରେ ସେ ହୁଣ୍ଢା ଅଞ୍ଚଳକୁ କ୍ଷେତ୍ରପରିଦର୍ଶନରେ ଯାଇଥିବା ବେଳେ ସେହିଦିନ ଗ୍ରାମ ରାସ୍ତାରେ ମାଟି ପକାଇବାକୁ ସଂପୃକ୍ତ ଯୁବକ ଜିଦ୍ ଧରିଥିଲେ। କିନ୍ତୁ ବର୍ଷା ପରେ ତାହା କରିବାକୁ ସେ ପରାମର୍ଶ ଦେଇଥିଲେ ମଧ୍ୟ ସେ କିଛି ନ ଶୁଣି ତାଙ୍କ ସହ ଗଣ୍ଡଗୋଳ କରିଥିଲେ। କିନ୍ତୁ ଏହି ଘଟଣାର ୪୮ ଘଟାଂ ପରେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସର ଟାଳଟୁଳ ନୀତି କୁ ନେଇ ବିଭିନ୍ନ ମହଳରେ ଅସନ୍ତୋଷ ଲାଗିରହିଥିବା ବେଳେ ଗୁରୁବାର ଠାରୁ ବ୍ଳକ କର୍ମଚାରୀମାନେ କଲମଛାଡ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏବଂ କର୍ମଚାରୀଙ୍କର ଆନ୍ଦୋଳନକୁ ସ୍ଥାନୀୟ ଲୋକ ପ୍ରତିନିଧିମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି। ଆଗାମୀ ୨୪ ଘଟାଂ ମଧ୍ୟରେ ଅଭିଯୁକ୍ତ ଗିରଫ ନହେଲେ ଆନ୍ଦୋଳନ ଆହୁରି ବ୍ୟାପକ ହେବା ସହ ଜିଲ୍ଲା ସ୍ତରକୁ ବ୍ୟାପିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *