ad
କେନ୍ଦୁଝର

ହରିଚନ୍ଦନପୁର ବନବିଭାଗ ପକ୍ଷରୁ ଗୁଣ୍ଡିଚାଘାଗି ଜଳପ୍ରପାତ ଠାରେ ସଫେଇ କାର୍ଯ୍ୟକ୍ରମ

ହରିଚନ୍ଦନପୁର,ତା ୩୦ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)
ହରିଚନ୍ଦନପୁର ଗ୍ରାମପଞ୍ଚାୟତ ନିକଟସ୍ଥ ଗୁଣ୍ଡିଚାଘାଗି ଜଳପ୍ରପାତ ଏକ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଥିବା ବେଳେ ଏଠାକୁ ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମୁଛି । ସାଧାରଣତଃ ଏହି ଋତୁରେ ବଣଭୋଜି ନିମନ୍ତେ ପ୍ରତ୍ୟେକ ଦିନ ଦୂରଦୂରାନ୍ତର ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି । ଏହି ଜଳପ୍ରପାତ ପାର୍ଶ୍ବରେ ଆସିଥିବା ସମସ୍ତ ପର୍ଯ୍ୟଟକ ଭୋଜି କରୁଥିବା ବେଳେ ଉକ୍ତ ସ୍ଥାନ ଗୁଡିକ ଅଳିଆ ଆବର୍ଜନା ପଡି ଅପରିଷ୍କାର ହୋଉଛି । ଯାହା ଫଳରେ ଏହି ଅପରିଷ୍କାରକୁ ନେଇ ଦିନକୁ ଦିନ ଏଅଞ୍ଚଳର ଜଳବାୟୁ ପ୍ରଦ୍ୟୁଶିତ ହେବାକୁ ଲାଗୁଛି । ଏହି ଅପରିଷ୍କାର ପୂର୍ଣ୍ଣ ସ୍ଥାନ ଗୁଡିକୁ ଦେଖି ସ୍ଥାନୀୟ ବନପାଳ ନିଜ କର୍ମଚାରୀଙ୍କ ସହଯୋଗରେ ଉକ୍ତ ସ୍ଥାନ ଗୁଡିକୁ ସଫେଇ କରାଇଛନ୍ତି । ଏହି କାର୍ଯ୍ୟକ୍ରମଟି ସ୍ଥାନୀୟ ବନପାଳ ବୁଦ୍ଧଦେବ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିସହ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀଧର ମାଝୀ, ଆମ ଜଙ୍ଗଲ ଯୋଜନାର ଗୌରାଙ୍ଗ ଚରଣ ମହାନ୍ତ ସହଯୋଗ କରିଥିଲେ । ବନପାଳଙ୍କ ଏହି ଭଳି ମହତପୂର୍ଣ୍ଣ କାର୍ଯ୍ୟକୁ ନେଇ ଏଅଞ୍ଚଳର ଲୋକମାନେ ପ୍ରସଂଶା କରିଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top