କେନ୍ଦୁଝର

ହରିଚନ୍ଦନପୁର ଜୋନର କଂଗ୍ରେସ ସଭାପତି ହେଲେ ଆଦିତ୍ୟ କୁମାର ମହାପାତ୍ର

ହରିଚନ୍ଦନପୁର, ତା ୦୩.ଜୁଲାଇ(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ୩୨ନଂ ଜୋନରେ କଂଗ୍ରେସର ସଭାପତି ଚୟନ ହୋଇଯାଇଛି। ମଙ୍ଗଳବାର ଦିନ ବିବ୍ରତ ସାହୁଙ୍କ ସଭାପତିତ୍ୱରେ ଗୁଣ୍ଡିଚାଘାଗି ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳ ଓ ସମ୍ମାନୀତ ଅତିଥି ମୋହନ ହେମ୍ବ୍ରମଙ୍କ ଉପସ୍ଥିତିରେ ସର୍ବସହମତିରେ ଆଦିତ୍ୟ କୁମାର ମହାପାତ୍ରଙ୍କୁ ୩୨ ନଂ ଜୋନର ସଭାପତି ଭାବରେ ଚୟନ କରିଥିବା ବେଳେ ଉପସଭାପତି ରାଜେଶ ଗାଗରାଇ, ସମ୍ପାଦକ ଶରତ ଚନ୍ଦ୍ର ସାହୁ, ଯୁବ କଂଗ୍ରେସ ସଭାପତି ନାରାୟଣ ସାହୁ, ସେବାଦଳ ସଭାପତି ରମେଶ ଚନ୍ଦ୍ର ସାହୁ, ଓବିସି ସେଲ ପୂର୍ଣ୍ଣଚନ୍ଦ୍ର ସାହୁ, ହରିଜନ ସେଲ କମଳ ଲୋଚନ ପାତ୍ର, ଛାତ୍ର କଂଗ୍ରେସ ସଭାପତି ସମୀର ମଣ୍ଡଳ, ସମ୍ପାଦକ ଦୁଷ୍ମନ୍ତ ସାହୁ, ରାଜୀବଗାନ୍ଧୀ ସେବା ଫୋରମର ସଦାଶିବ ମହାନ୍ତଙ୍କୁ ଚୟନ କରାଯାଇଥିଲା। ସେହିଭଳି ବଡପଳାଶପାଳ ଗ୍ରାମପଞ୍ଚାୟତ ପାଇଁ କରୁଣାକର ନାଏକ, ବରୁଣ ଗିରି, ନିଳମଣୀ ପାତ୍ର, ଭଅଁରପୁର ଗ୍ରାମପଞ୍ଚାୟତ ପାଇଁ ସଞ୍ଜୟ ସାହୁ, ହରିଚନ୍ଦନପୁର ଗ୍ରାମପଞ୍ଚାୟତ ପାଇଁ ନିର୍ମଳ କୁମାର ସାହୁ, ଲକ୍ଷ୍ମଣ ରାଉତ, ଆଦିତ୍ୟ ମାଝୀ, ମନୋହରପୁର ଗ୍ରାମପଞ୍ଚାୟତ ପାଇଁ ଅକ୍ଷୟ ନାଏକ, ଧୋରଡିଆମ୍ବ ଗ୍ରାମପଞ୍ଚାୟତ ପାଇଁ ଅନାମ ନାଏକ, ଗୋଲଖ ମୁଣ୍ଡା ପିଟାପିଟି ଗ୍ରାମପଞ୍ଚାୟତ ପାଇଁ ସୁଶିଲ ସାହୁ, ଜାମୁଯୋଡି ଗ୍ରାମପଞ୍ଚାୟତ ପାଇଁ ବେଞ୍ଜନ ସାହୁ, ଜିରାଙ୍ଗ ଗ୍ରାମପଞ୍ଚାୟତ ପାଇଁ କୃଷ୍ଣଚନ୍ଦ୍ର ସାହୁ, ଠାକୁରପଡା ଗ୍ରାମପଞ୍ଚାୟତ ପାଇଁ ରଘୁନାଥ ଓଝା ଏବଂ ଜୁଆଙ୍ଗ ସଂପ୍ରଦାୟର ବ୍ଲକ ସଭାପତି ଅମୁଲ୍ୟ ନାଏକ, ଅଙ୍ଗଦ ଜୁଆଙ୍ଗ, ସମ୍ପାଦକ ହଳଦର ସାହୁଙ୍କୁ ଚୟନ କରାଯାଇଥିଲା। ଆଗାମୀ ଦିନରେ ଦଳକୁ ଆଗେଇ ନେବାସହ ଦଳକୁ ସୁଦୃଢ କରିବା ପାଇଁ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା ଓ ଦୃଢ ନିଷ୍ପତି ନେଇଥିଲେ। ଏହି ବୈଠକରେ ବହୁ ପୁରାତନ କଂଗ୍ରେସ କର୍ମୀମାନେ ଯୋଗ ଦେବା ସହିତ ସୁରଥଚନ୍ଦ୍ର ସାହୁ, ସୂର୍ଯ୍ୟମଣୀ ବିଶ୍ୱାଳ, ସୁଦର୍ଶନ ପାଇକରାୟ, ଭାରତଭୂଷଣ ଜେନା, ସୁରେନ ମହାରଣା, ଜୟନ୍ତ କୁମାର ସାହୁ, ରଣଜିତ୍ ସାହୁଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକର ଅନେକ ବରିଷ୍ଠ କଂଗ୍ରେସ କର୍ମୀଙ୍କ ସମେତ ୩୨ନଂ ଜୋନର ଶତାଧିକ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top