ହରିଚନ୍ଦନପୁର ଓ ଭଗାମୁଣ୍ଡା ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଚକ୍ଷୁ ଶିବିର

ହରଚନ୍ଦନପୁର ,ତା୦୯.୦୮ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝରଜିଲ୍ଲା ହରିଚନ୍ଦନପୁର ଓ ଭଗାମୁଣ୍ଡା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ସକାଳ ୯ଟା ସମୟରେ ସାଇଶ୍ରୀ ଚକ୍ଷୁ ହସ୍ପିଟାଲ ପକ୍ଷରୁ ଚକ୍ଷୁଶିବିର ଅନୁଷ୍ଠିତ ହୋଇଯାଇଛି ାହରିଚନ୍ଦନପୁର ଡାକ୍ତର ଖାନାରେ ଚକ୍ଷୁ ସହାୟକ ନରୋତ୍ତମ ପରିଡା , ପୁଷ୍ପାଞ୍ଜଳି ଚିକିତ୍ସା ଦାୟୁତ୍ୱରେ ଥିବାବେଳେ ଭଗାମୁଣ୍ଡା ଡାକ୍ତରଖାନାରେ ଦୀପକ ପ୍ରଧାନ ଚକ୍ଷୁ ସହାୟକ ଦାୟୁତ୍ୱରେ ଥିବାର ଜଣାପଡିଛି ା ଏହି ଚକ୍ଷୁ ଶିବିରରେ ଏ ଅଞ୍ଚଚଳର ବହୁ ସଂଖ୍ୟକ ବୃଦ୍ଧ ଓ ବୃଦ୍ଧା ଚକ୍ଷୁ ପରୀକ୍ଷା କରିବାକୁ ଆସିଥିଲେ ାସେମାନଙର୍କ ଆଖି ପରିକ୍ଷା କରିବା ସହ ସେଥିରୁ ୩୩ଜଣ ବୃଦ୍ଧ ଓ ବୃଦ୍ଧାଙ୍କୁ ଅପରେସନ କରିବା ନିମନ୍ତେ ଢୋଙ୍କାନାଳ ସାଇଶ୍ରୀ ଚିକିତ୍ସାଳୟକୁ ନେଇଥିବାର ହରିଚନ୍ଦନପୁର ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ାସେମାନଙ୍କ ଆଖିର ଅପରେସନ କରିବା ସହ ମାଗଣାରେ ରହିବା ଓ ଖାଇବା ବ୍ୟବସ୍ଥା କରିବାସହ ଦୁଇଦିନପରେ ଘରକୁ ଫେରିବାର ବ୍ୟବସ୍ଥା କରାଯିବାର ଜଣାପଡିଛି ା

Leave a Reply

Your email address will not be published. Required fields are marked *