କେନ୍ଦୁଝର

ହରିଚନ୍ଦନପୁର ଅଞ୍ଚଳରେ ବିଶ୍ୱ ପରିବେଶ ଦିବସ ପାଳନ

ହରିଚନ୍ଦନପୁର, ତା୫ ଜୁନ(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଅନେକ ଅଞ୍ଚଳରେ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏବର୍ଷର ବିଷୟ ବସ୍ତୁ ପ୍ଲାଷ୍ଟିକ ପ୍ରଦୁଷଣକୁ ପ୍ରତିହତ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ସଂପାଦନ କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ବିଭିନ୍ନ ବନସୁରକ୍ଷା ସମିତରେ ଦସ୍ତଖତ ଅଭିଯାନ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି। ପରିବେଶ ସ୍ୱଚ୍ଛ କରିବା ପାଇଁ ବନସୁରକ୍ଷା ସମିତିର ସମସ୍ତ ସଭ୍ୟ ସଭ୍ୟାମାନେ ବିଭିନ୍ନ ସ୍ଥାନ ସଫେଇ କରିଛନ୍ତି। ଯେପରି ସ୍କୁଲ, ପୋଖରୀ ଗାଧୁଆ ତୁଠ, ଯାତ୍ରା ପଡିଆ ଭଳି ଅନେକ ସ୍ଥାନକୁ ସଫେଇ କରିଛନ୍ତି। କେନ୍ଦୁଝର ବନ୍ୟ ପ୍ରାଣୀ ବନଖଣ୍ଡ ଅଧିନ ଦେଓଗାଁ ବନାଞ୍ଚଳର ହରିଚନ୍ଦନପୁର ସେକ୍ସନର ଗରଗଡବାହାଳ(୧), ଗରଗଡବାହାଳ(୨), ଭୋକା, ରୋହି, ଚଷାଟାଙ୍ଗିରି, ମଧ୍ୟପୁର, କମଳାଙ୍ଗି, ବଡଶିଆଡିମାଳ, ହରିଚନ୍ଦନପୁର, କାଳିଆହୁଡି, ମଧୁସାହି, ଓ ମୁଣ୍ଡୁଳିସାହିର ବନ ସୁରକ୍ଷା ସମିତିରେ ବିଶ୍ୱ ପରିବେଶ ଦିବସ ଅବଲୋକନ କରାଯାଇଛି। ଆମ ଜଙ୍ଗଲ ଯୋଜନା ପ୍ରକଳ୍ପର ଟିମ ଲିଡର ଗୈାରାଙ୍ଗ ଚରଣ ମହାନ୍ତଙ୍କ ତତ୍ୱାବଧାନ ଏହି କାର୍ଯ୍ୟକ୍ରମ ହୋଇଥିଲା। ହରିଚନ୍ଦନପୁର ସେକ୍ସନର ଫରେଷ୍ଟର ବିଜୟ କୁମାର ଚରାଇ, ଫରେଷ୍ଟ ଗାର୍ଡ ରଶ୍ମିରଞ୍ଜନ ରାଉତଙ୍କ ଉପସ୍ଥିତିରେ ପ୍ରକଳ୍ପ ସଂଯୋଜକ ପୁରେନ୍ଦ୍ର ନାଏକ ସୁଚାର ରୂପେ ଦସ୍ତଖତ ଅଭିଯାନ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top