ଓଡ଼ିଶା

ହରିଚନ୍ଦନପୁରରେ ୩୯ତମ ଦୋଳ ମେଲଣ ଉତ୍ସବ

ହରିଚନ୍ଦନପୁର,ତା ୧୨.୦୩(ଓଡିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଠାରେ ବହୁତ ଆଡବନରେ ୩୯ତମ ମେଲଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବର୍ଷପରି ଏବର୍ଷ ମଧ୍ୟ ବହୁ ଆନନ୍ଦ ଉଲାସରେ ଦୋଳ ମେଲଣ ଚାଲିଥିଲା । ଫଗୁ ଦଶମୀ ଦିନ ସ୍ଥାନୀୟ ରାଧା ମୋହନ ଜୀଉଙ୍କ ଯୁଗଳ ମୃତିଙ୍କୁ ଗ୍ରାମର କୀର୍ତ୍ତନ ମଣ୍ଡଳୀର ଭାଇ ମାନେ ଗ୍ରାମ ଓ ବଜାର ପରିକ୍ରମା କରିବା ସହ ଗ୍ରାମର ଗୋପାଳ ଗଉଡ ଘରେ ରାଧା କୃର୍ଷ୍ଣଙ୍କର ଯୁଗଳ ମୃତିଙ୍କୁ କ୍ଷୀର, ସର ଓ ଲବଣୀ ଖାଇବା ପାଇଁ ଠାକୁରଙ୍କୁ ୧୦ ଦିନ ପାଇଁ ସେଠାରେ ଛଡା ଯାଇଥାଏ । ମେଲଣ ମଣ୍ଡପଟିକୁ ଆଲୋକ ମାଳାରେ ସୁସଜିତ କରିଥିବା ବେଳେ ନାନା ପ୍ରକାର ଛୋଟବଡ ଖେଳଣା ଦୋକାନ, ଷ୍ଟେସନାରୀ ଭଳି ଦୋକାନ ଲୋକ ମାନଙ୍କୁ ଆକର୍ଷଣ କରିଥିଲା । ଏହି ମେଲଣରେ ଉତ୍ସବରେ ସତନ୍ତ୍ର ଭାବେ ଆସିଥିବା ଦର୍ଶକ ମାନେ ନିଆରା ଢଙ୍ଗରେ ନାଲି, ନେଳୀ, ଗୋଲାପି ପରି ଅନେକ ରଙ୍ଗର ଅଭିର ଖେଳିଥାନ୍ତି । ହରିଚନ୍ଦନପୁର ଦୋଳ ମେଲଣ ଆଜକୁ ୩୯ ବର୍ଷ ଅତିକ୍ରମ କରିଛି । ଦୋଳ ଯାତ୍ରାଟିକୁ ଜଣେ ଥାନା ଅଧିକରୀ ଆରମ୍ଭ କରିଥିବାରୁ ଆଜି ପର୍ଯ୍ୟନ୍ତ ଉକ୍ତ ଥାନାରେ ଥିବା ଅଧିକାରୀ ବା ଅଧିକାରିଣୀଙ୍କୁ କମିଟିର ସଭାପତିତ୍ବ ତୁଲାଇ ଥାନ୍ତି । ଏହି ଦୋଳ ଯାତ୍ରାରେ ସରସ ସୁନ୍ଦର କରିବା ପାଇଁ ଆସିଥିବା କୀର୍ତନ ମଣ୍ଡଳୀଙ୍କ ଭିତରେ ହରିଚନ୍ଦନପୁର, ରଘୁନାଥପୁର, ସିଂହବିଲା, ଖୁଣ୍ଟାପଶି, କରଞ୍ଜିଆ, ପିଠାଗୋଳା ଓ ଯାଜପୁର ଜିଲ୍ଲା ମିର୍ଜାପୁର କିର୍ତ୍ତନ ମଣ୍ଡଳୀ ସହ ସେମାନଙ୍କର ଛୋଟ ବଡ ବିମାନମାନ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ପିଠାଗୋଳା କିର୍ତ୍ତନ ମଣ୍ଡଳୀର ସଦସ୍ୟମାନେ ଠାକୁରଙ୍କ କୋଟିପୁଅ ନାଚ ସହ ବାଡି ଖେଳ କରିଥିଲେ । ପୁରୀ ଜିଲ୍ଲା ନୟାକୋଟରୁ ଆସିବା ମହିଳା କିର୍ତ୍ତନ ମଣ୍ଡଳୀ ର ମହିଳା ମାନେ ନାନାଦି ପ୍ରକାର ଗୀତ ନାଚ କରି ଠାକୁରଙ୍କୁ ମଣ୍ଡପକୁ ଆଣିଥିଲେ । ସେହିପରି ମିର୍ଜାପୁର କିର୍ତ୍ତନ ମଣ୍ଡଳୀ ପ୍ରଥମେ ମେଲଡି କାର୍ଯ୍ୟକ୍ରମ କରିବା ପରେ ଉଦଣ୍ଡ ନଦିଆ କିର୍ତ୍ତନ କରି ଠାକୁରଙ୍କୁ ମଣ୍ଡପକୁ ନେଇଥିଲେ । କମିଟି ତରଫରୁ ଦର୍ଶକ ମାନଙ୍କ ପାଇଁ ବଜାରର ବିଭିନ୍ନ ସ୍ଥାନରେ ସାଂକୃତିକ କାର୍ଯ୍ୟକ୍ରମ କରା ଯାଇଥିଲା । ଯାତ୍ରାଟିରେ ୧୫ ହଜାରରୁ ଉର୍ଦ୍ଧ୍ୱ ଦର୍ଶକ ହୋଇଥିବା ଅନୁମାନ କରାଯାଉଛି । ଯାତ୍ରାଟିକୁ ଶାନ୍ତିଶୁଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ କଡା ବନ୍ଦୋବସ୍ତ କରାଯାଥିଲା । ସ୍ଥାନୀୟ ଥାନା ଅଧିକାରିଣୀ ଗୁରୁବାରି ହେମ୍ବ୍ରମ, ଦେବକିନନ୍ଦନ ମହାନ୍ତି, ବଳଭଦ୍ର ସାହୁ, ଶୁରତ ସାହୁ, ଖଗେଶ୍ୱର ମଣ୍ଡଳ,ହିମାଂଶୁ ସାହୁଙ୍କ ସମେତ କମିଟିର ଅନେକ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top