ଜିଲ୍ଲା ପରିକ୍ରମା

ହରଭଙ୍ଗା ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା , ପ୍ରାପ୍ୟ ପାଇବାରେ ହିତାଧିକାରୀ ହନ୍ତସନ୍ତ

ବୌଦ୍ଧ,୦୯ା୦୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): କେନ୍ଦ୍ର ସରକାର ୨୦୨୨ ମସିହା ସୁଦ୍ଧା ଦେଶର ଦରିଦ୍ର ସୀମାରେଖା ତଳେ ବସବାସ କରୁଥିବା ସମସ୍ତ ପରିବାରକୁ ପକ୍କାଘର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାରେ ଜଣେ ହିତାଧିକାରୀଙ୍କୁ ପକ୍କାଘର ତିଆରି କରିବା ପାଇଁ ୧ଲକ୍ଷ୨୦ହଜାର ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉଛି । ସେହିପରି ଉକ୍ତ ଘର କାର୍ଯ୍ୟ ପାଇଁ ନିୟୋଜିତ ଶ୍ରମିକଙ୍କ ମଜୁରୀ ପ୍ରଦାନ ବାବଦକୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରୁ ୧୬ ହଜାର ଟଙ୍କା , ୪ ମାସ ମଧ୍ୟରେ ଘର କାର୍ଯ୍ୟ ସଂପୁର୍ଣ୍ଣ କରି ପାରିଥିବା ହିତାଧିକାରୀଙ୍କୁ ବୋନସ ଆକାରରେ ଅତିରିକ୍ତ ୨୦ ହଜାର ଟଙ୍କା ଓ ଏଥି ସହିତ ସଂପୃକ୍ତ ହିତାଧିକାରୀଙ୍କୁ ଗୋଟିଏ ପାଇଖାନା ନିର୍ମାଣ ପାଇଁ ୧୨ ହଜାର ଟଙ୍କା ପ୍ରସôାହନ ରାଶିକୁ ମିଶାଇ ସମୁଦାୟ ୧ ଲକ୍ଷ ୬୮ ହଜାର ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସେହିପରି ଘର କାମ ଆରମ୍ଭ କରିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ ବେଳେ ପ୍ରଥମରୁ ହିଁ ହିତାଧିକାରୀଙ୍କ ନାମରେ ଥିବା ବ୍ୟାଙ୍କ ଜମା ଖାତାକୁ ବ୍ଲକ ପ୍ରଶାସନ ଜରିଆରେ ୨୦ ହଜାର ଟଙ୍କା ଜମା ଦିଆଯାଇଥାଏ । ଏହି ଯୋଜନାର ହିତାଧିକାରୀ ମାନେ ଘର କାର୍ଯ୍ୟ ଆରମ୍ଭ ରୁ ଶେଷ କରିବା ପର୍ଯ୍ୟନ୍ତ ଯେପରି ନିର୍ଦ୍ଧାରିତ ସମୟସୀମା ଭିତରେ ତ୍ରୁଟି ମୁକ୍ତ ଭାବେ ପ୍ରାପ୍ୟ ସେବା ପାଇ ପାରିବେ ଏହାର ସୁପରିଚାଳନା କରିବା ପାଇଁ ବ୍ଲକ କାର୍ଯ୍ୟାଳୟ ରେ ଅଭିଜ୍ଞ କର୍ମଚାରୀଙ୍କ ସମେତ ପ୍ରତି ପଞ୍ଚାୟତ ସ୍ତରରେ ଜଣେ ଜଣେ ମୋଟିଭେଟରଙ୍କୁ ନିଯୁକ୍ତ କରାଯାଇଛି । ଏସବୁ ବ୍ୟବସ୍ଥା ଥିବା ସତ୍ୱେ କର୍ମଚାରୀଙ୍କ ଖାମଖିଆଲି ଓ ବେପରୁଆ ମନବୃତି ଯୋଗୁଁ ନିର୍ଦ୍ଧିଷ୍ଟ ଭାବେ କାର୍ଯ୍ୟାଦେଶ ପାଇଥିôବା ଅନେକ ହିତାଧିକାରୀଙ୍କ ଏକାଉଣ୍ଟ କୁ ଛଡାଯିବାକୁ ଥିବା ଅର୍ଥ ଅନ୍ୟ ଏକାଉଣ୍ଟ କୁ ଚାଲିଯାଉଥିବା ଭଳି ଅଭାବନୀୟ ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲାର ଆଦିବାସୀ ଓ ପଛୁଆ ହରଭଙ୍ଗା ବ୍ଲକରେ ଏହି ଜନ କଲ୍ୟାଣକାରି ଯୋଜନା ଏକ ପ୍ରକାର ବାଟବଣା ହୋଇପଡିଛି । ପ୍ରାପ୍ତ ଅଭିଯୋଗ ମତେ ବାମଣ୍ଡା ପଞ୍ଚାୟତ ଖଣ୍ଡବର ଗ୍ରାମର ଅନୁସୟା ଦେହୁରୀ ନାମରେ ଥିବା ଜନୈକା ବିଧବା ମହିଳା ଗତ ୧୬/୧୭ ମସିହା ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର କରିବା ପାଇଁ କାର୍ଯ୍ୟାଦେଶ ପାଇଥିଲେ । ଘର କାମ ଆରମ୍ଭ କରିବା ପାଇଁ ପ୍ରଥମ କିସ୍ତି ବାବଦ ଦିଆଯାଉଥିବା ୨୦ ହଜାର ଟଙ୍କା ତାଙ୍କର ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଥିବା ଜମାଖାତା ନଂ ୨୦୨୫୮୧୪୧୨୧୨ କୁ ଦୀର୍ଘ ୪ ମାସ ଯାଏ ନଆସିବାରୁ ସେ ଏନେଇ ବ୍ଲକ କର୍ତୁପକ୍ଷଙ୍କୁ ଜଣାଇବା ପରେ ବ୍ଲକ କର୍ମଚାରୀଙ୍କ ତୃଟି ଯୋଗୁଁ ଏହି ଅର୍ଥ ଅନୁସୟାଙ୍କ ବଦଳରେ ଗତ ବର୍ଷ ଏପ୍ରିଲ ୧୪ ତାରିଖରେ ସେହି ଗ୍ରାମର ଅନ୍ୟ ଜଣେ ମହିଳା ଯାହାଙ୍କ ବ୍ୟାଙ୍କ ଜମାଖାତା ନଂ ୩୫୪୧୩୭୩୨୭୭୬ ରେ ଜମା ହୋଇଥିବା ଜଣାପଡିଥିଲା । ସେହିପରି ୨୦୧୭/୧୮ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ରାମଗଡ ପଞ୍ଚାୟତ ଅନ୍ତର୍ଗତ ଉଅାଁଳ ଗ୍ରାମର ମହେଶ୍ୱର ସେଠୀ ଓ ଶ୍ରୀରାମପୁର ଗ୍ରାମର ମୁଟୁ ଦୀପଙ୍କ ସମେତ ଆଡେଣିଗଡ ରାଜେନ୍ଦ୍ର ସାହୁ ନାମକ ଆଉ ଜଣେ ହିତାଧିକାରୀ ଜମାଖାତା କୁ ଆସିବାକୁ ଥିବା ପ୍ରଥମ କିସ୍ତି ଅର୍ଥ ଅନ୍ୟ ଏକାଉଣ୍ଟ କୁ ଛଡାଯାଇଥିବା ଅଭିଯୋଗ ହୋଇଛି । ଏପରି ଅନୀୟମିତତା ଯୋଗୁଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଘର ନିର୍ମାଣ କାର୍ଯ୍ୟ ଶେଷ କରୁଥିବା ହିତାଧିକାରୀଙ୍କ ପାଇଁ ଥିବା ଅତିରିକ୍ତ ବୋନସ ପ୍ରସôାହନ ରାଶି ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି । ଏ ନେଇ ହରଭଙ୍ଗା ବିଡିଓ ରବିନ୍ଦ୍ର ନାଥ ଶତପଥିଙ୍କ ମତାମତ ନେବାରୁ ସେ ଏଭଳି କେତେ ଗୁଡିଏ ଅଭିଯୋଗ ଆମେ ପାଇଛୁ । ସେଥି ମଧ୍ୟରୁ ସଂଶୋଧନ କରାଯାଇ କେତେଜଣ ହିତାଧିକାରୀଙ୍କର ପଇସା ଆମେ ତାଙ୍କ ଏକାଉଣ୍ଟ ରେ ଛାଡି ସାରିଛୁ । ଆଉ ଯେଉଁ ଗୁଡିକ ଆମ ନୋଟିସ କୁ ଆସିଛି ୧୫ରୁ ୨୦ ଦିନ ମଧ୍ୟରେ ସେଗୁଡିକର ସମାଧାନ କରିବାକୁ ଚେଷ୍ଟା କରୁଛୁ ବୋଲି କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top