ହରଭଙ୍ଗା ବ୍ଲକ — ସେବାରେ ବାଧକ ସାଜିଛି କର୍ମଚାରି ଓ ଅଧିକାରୀଙ୍କ ଅନୁପସ୍ଥିତି

ବୌଦ୍ଧ,୧୨ା୧୧ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସଦର ମହକୁମା ଚାରିଛକ ଠାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ ବହୁ କାର୍ଯ୍ୟରତ କର୍ମଚାରି ଓ ଅଧିକାରୀ ମାନେ ନିଜ କର୍ତ୍ତବ୍ୟ କୁ ଅଣଦେଖା କରି କାର୍ଯ୍ୟ ଦିବସରେ ମନଇଛା ଅଫିସ ଯିବା ଆସିବା କରିବା ଓ ଅଲିଖିତ ଭାବେ ଛୁଟିରେ ରହିବା ଭଳି ଅଭିଯୋଗ ଦିନକୁ ଦିନ ବୃଦ୍ଧି ପାଇବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି । ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସୁଫଳ ପାଇବା ପାଇଁ ହେଉ କିମ୍ବା ନିଜ ଅଂଚଳର ସାମୁହିକ ସମସ୍ୟାର ଦଃୁଖ ଜଣାଇବା ସକାଶେ ହେଉ ଏହି ବ୍ଲକର ୨୨ ଟି ପଞ୍ଚାୟତର ବିଭିନ୍ନ ପ୍ରାନ୍ତରୁ ପ୍ରତ୍ୟେହ ଶତାଧିକ ଲୋକ ବହୁ ଦୁରଦୁରାନ୍ତରୁ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଆସୁଥିବା ଲୋକେ ସଂପୃକ୍ତ ବିଭାଗ ର କର୍ମଚାରୀ ଓ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ଭେଟି ନପାରି ନିରାଶ ହୋଇ ଫେରୁଥିବା ଲକ୍ଷ୍ୟ କରାଯାଉଛି । ପ୍ରଶାସନିକ କାର୍ଯ୍ୟପଦ୍ଧତିରେ ସ୍ୱଛତା ଆଣିବା ସହିତ ସରକାରି କାର୍ଯ୍ୟାଳୟର କାର୍ଯ୍ୟ ଦିବସ ଓ ସମୟ ଅବଧି ମଧ୍ୟରେ କାର୍ଯ୍ୟରତ ସମସ୍ତ କର୍ମଚାରି ଓ ଅଧିକାରୀଙ୍କ ଉପସ୍ଥିତି ସମନ୍ଧରେ ସଠିକ ତଥ୍ୟ ଜାଣିବା ପାଇଁ ସରକାର ବାୟୋମେଟିକ (ଫିଙ୍ଗର ରିଡର) ସିଷ୍ଟମ ଲାଗୁ କରିଛନ୍ତି । କାର୍ଯ୍ୟାଳୟକୁ ପ୍ରବେଶ ଓ ପ୍ରସ୍ଥାନ କରୁଥିବା କର୍ମଚାରି ଓ ଅଧିକାରୀ ମାନେ ଉକ୍ତ ବାୟୋମେଟିକ ମେସିନରେ ନିଜର ଆଙ୍ଗୁଠି ଛାପ ଦେବାର ନିୟମ ରହିଛି ।ଏହାକୁ ଆଧାର କରି ଅନୁପସ୍ଥିତି କିମ୍ବା ବିଳମ୍ବରେ କାର୍ଯ୍ୟରେ ଯୋଗ ଦେଉଥିବା ଖିଲାପି କର୍ମଚାରିଙ୍କ ଉପସ୍ଥାନ ଗଣନା କରାଯାଇ ସେମାନଙ୍କୁ ଦରମା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି ପରିପ୍ରେକ୍ଷିରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଏହାର ଆବଶ୍ୟକତା କୁ ଆଖି ଆଗରେ ରଖି ପ୍ରାୟ ୬ ମାସ ପୂର୍ବରୁ ଏହି ବାୟୋମେଟିକ ମେସିନ କାର୍ଯ୍ୟକାରି ହୋଇଥିଲା । ତେବେ ଗୋଟିଏ ପଟେ ଏଭଳି ଅତ୍ୟାଧୁନିକ ବାୟୋମେଟିକ ସିଷ୍ଟମ କାମ କରୁଥିବା ବେଳେ ଅନ୍ୟପଟେ ଏହାକୁ ଆଦୌ ଭ୍ରୁକ୍ଷେପ ନକରି ଅଧିକାଂଶ କର୍ମଚାରି ଓ ଅଧିକାରୀ ଅନୁପସ୍ଥିତ ରହିବା ସହିତ ମନଇଛା ଅଫିସକୁ ଯିବାଆସିବା କରୁଛନ୍ତି ଏହାର ସତ୍ୟତା ଜାଣିବା ପାଇଁ ସମାଜସେବୀ ସନ୍ତୋଷ ବେହେରାଙ୍କ ସହ ବ୍ଲକ କାର୍ଯ୍ୟାଳୟକୁ ଜରୁରୀ କାର୍ଯ୍ୟରେ ଆସି ବାରମ୍ବାର ନିରାଶ ହୋଇ ଫେରୁଥିବା କିଛି ସଚେତନ ଯୁବକ ବିଡିଓଙ୍କ ଅନୁପସ୍ଥିତିରେ କାର୍ଯ୍ୟାଳୟରେ ଥିବା ମୁଖ୍ୟ କିରାଣିଙ୍କୁ ଅଭିଯୋଗ କରିଥିଲେ । ଏନେଇ ମୁଖ୍ୟ କିରାଣି ଜନକ ପାତ୍ରଙ୍କୁ ପଚରାଯିବାରୁ ବିଡିଓଙ୍କ ସମେତ ସମସ୍ତ ଷ୍ଟାପ ଆଜି ଜିଲ୍ଲାପାଳଙ୍କ ଡାକରା ପାଇ ବୌଦ୍ଧ ଯାଇଥିବାରୁ ଅନୁପସ୍ଥିତ ଅଛନ୍ତି । ବାୟୋମେଟିକ ମେସିନ ଲାଗିଥିଲେ ମଧ୍ୟ ତାକୁ େଓøପଚାରିକ ଭାବେ ଉଦଘାଟନ କରାଯାଇନଥିବାରୁ ରେଜିଷ୍ଟ୍ରରେ ପଡୁଥିବା ଉପସ୍ଥାନ ଅନୁଯାଇ ଦରମା ପ୍ରଦାନ କରାଯାଉଥିବା କହିଥିଲେ । ତେବେ ସରକାରଙ୍କ ଦ୍ୱାରା ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥିତି ଜାଣିବା ସହିତ ଖିଲାପକାରୀଙ୍କ ସମନ୍ଧରେ ସବିଶେଷ ତଥ୍ୟ ଜାଣିବା ପାଇଁ ବାୟୋମେଟିକ ମେସିନ ଯୋଗାଇ ଦେଇଥିବା ବେଳେ ବ୍ଲକ ପ୍ରଶାସନ ଜନସ୍ୱାର୍ଥକୁ ଅଣଦେଖା କରି ଉଦଘାଟନର ନାଁ ନେଇ କାଳକ୍ଷେପଣ ନୀତି ଆପଣେଇ ଥିବାରୁ ଏହାର ସୁଯୋଗ ନେଇ ବ୍ଲକର କେତେକ କର୍ମଚାରି ଓ ଅଧିକାରୀ ମନମୁଖି ଭାବେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବା ଅଭିଯୋଗ ହେଉଛି । ଏଦିଗରେ ଜିଲା ପ୍ରଶାସନ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଉଚିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *