ହରଭଙ୍ଗା ବ୍ଲକରେ ମନରେଗା କେଳେଙ୍କାରୀ ସ୍ନାତକ ଡିଗ୍ରୀଧାରୀ ଙ୍କୁ ଟିପଧାରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ହଡପ

ବୌଦ୍ଧ,୦୩ା୦୮(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା); ଶିଳ୍ପ ବିହୀନ ବୌଦ୍ଧ ଜିଲ୍ଲାର ମାଓ ଅଧୁଷିତ ପଛୁଆ ବ୍ଲକଭାବେ ପରିଚିତ ହରଭଙ୍ଗା ବ୍ଲକରେ ଶ୍ରମଜୀବିଙ୍କ ପାଇଁ ଉଦିଷ୍ଟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କିପରି ଚାଲିଚି ଏହାର ପରଦା ପଛର ଭିତିରି ଗୁମର ଖୋଲିଦେଇଛି ସୁଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ । ଚିର ବନ୍ୟା ଓ ମରୁଡି ପ୍ରପିଡିତ ଏହି ଅଂଚଳରଅଧିବାସୀମାନେ କାମଧନ୍ଦା ଅଭାବରୁ ପରିବାର ପ୍ରତିପୋଷଣ ପାଇଁ ପ୍ରତିଦିନ ଶହଶହ ଶ୍ରମିକ ଜିଲ୍ଲା ତଥା ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଛାୟା ଠିକାଦାର ତଥା ପଞ୍ଚାୟତ ସ୍ତରୀୟ ନିର୍ବାଚିତ ଜନପ୍ରତିନିଧ ô ଓ ନିର୍ବାହିଅଧିକାରୀଙ୍କ ମଧ୍ୟରେ ଭିତିରି ବୁଝାମଣା ହୋଇ ଜନକଲ୍ୟାଣକାରୀ ଯୋଜନାର ପାଣ୍ଠିକୁ ରାଧେରାଧେ ନ୍ୟାୟରେ କିପରି ହରିଲୁଟ କରାଯାଇଛି ତାହାର ନଗ୍ନଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ରାମଗଡ ପଂଚାୟତରେ । ୨୦୧୫/୧୬ ଆର୍ଥିକ ବର୍ଷରେ ଏହି ପଂଚାୟତର ଶ୍ରୀରାମପୁର ଠାରୁ କୋଡାପଡା ରାସ୍ତାର ଉନ୍ନତିକରଣ ପାଇଁ ମନରେଗା ଯୋଜନାରେ ୨ଲକ୍ଷ୫୭ହଜାର ଟଙ୍କାର ଏକ ପ୍ରକଲ୍ପ ମଂଜୁର ହୋଇଥିଲା । ଉକ୍ତ ପ୍ରକଳ୍ପ ଆରମ୍ଭ ହେବାପରେ କନିଷ୍ଠ ଯନ୍ତ୍ରୀ ଦେଶବନ୍ଧୁ ନାଏକ ୬ ଏପ୍ରିଲ୨୦୧୬ ଲେବର ପେମେଣ୍ଟ ପାଇଁ ୪୮,୫୧୦ଟଙ୍କା ବିଲ କରିଥିଲେ । ବ୍ଲକର ସହକାରୀ ନିର୍ବାହୀଯନ୍ତ୍ରୀ ଉକ୍ତ ପ୍ରକଳ୍ପର ଚେକ ମେଜରମେଣ୍ଟ କରିଥିଲେ । ମାତ୍ର ପ୍ରକଳ୍ପର ଛାୟା ଠିକାଦାର କୁହାଯାଉଥିବା ତକôାଳିନ ସରପଂଚଙ୍କ ସ୍ୱାମୀ ପଂଚାୟତର ନିର୍ବାହୀ ଅଧିକାରୀଙ୍କ ସହ ଭିତିରି ବୁଝାମଣା ଜରିଆରେ ଶ୍ରମିକଙ୍କୁ ନଲଗାଇ ଜେସିବି ମେସିନ ସହାୟତାରେ ମାଟିଖୋଳି ଯନ୍ତ୍ରୀଙ୍କୁ ଅଧିକ ବିଲ କରିବା ପାଇଁ ଚାପ ପକାଇଥିଲେ । ତେବେ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ସେଥିରେ ରାଜି ନହେବାରୁ ୪୮ହଜାର ୫ଶହ୧୦ଟଙ୍କା ବିଲ ଉଠାଇବା ବଦଳରେ ୮୪ ହଜାର ଟଙ୍କା ଚଞ୍ଚକତା କରି ଉଠାଣ କରିଥିବା ସୁଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥାହେଲା ମନରେଗା ମଷ୍ଟରରୋଲରେ ଗ୍ରାମସାଥି,ଜିଆରଏସ,ପିଇଓ ଓ ତଦାରଖ କମିଟି ସଦସ୍ୟ ମାନଙ୍କ ଦସ୍ତଖତ ଅନିବାର୍ଯ୍ୟ ହୋଇଥିବା ସତ୍ୱେ ମଗାଯାଇଥିବା ତଥ୍ୟରେ ସରପଂଚ ବ୍ୟତିତ କାହାରି ଦସ୍ତଖତ ନଥିବାରୁ ଅର୍ଥ ହଡପ ହୋଇଥିବା ଦିଗ ପ୍ରତି ସ୍ପଷ୍ଟ ଇଙ୍ଗିତ ହେଉଛି । ସେହିପରି ଉକ୍ତ ପ୍ରକଳ୍ପରେ ନିୟୋଜିତ ଶ୍ରମିକଙ୍କ ତାଲିକାରେ ଶ୍ରୀରାମପୁର ଗ୍ରାମର ଦିନବନ୍ଧୁ ମହାପାତ୍ର ଓ ଶରତ ମହାପାତ୍ର ନାମକ ଦୁଇଜଣ ଗ୍ରାଜୁଏଟ୍ଙ୍କୁ ନିରକ୍ଷର ଦର୍ଶାଇ ଟିପଚିହ୍ନ ଦିଆଯାଇଥିବା ସହିତ ଶତପ୍ରତିଶତ ଶ୍ରମିକଙ୍କର ଟିପଚିହ୍ନ ନିଆଯାଇଥିବାରୁ ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଚର୍ଚା ହେଉଛି । ମନରେଗା ଭଳି ଏକ କେନ୍ଦ୍ରିୟ ଜନହିତକର ଯୋଜନା ରେ ସ୍ୱଛତା ଆଣିବା ପାଇଁ ପ୍ରତି ୬ ମାସରେ ଥରେ ବ୍ଲକ ଓ ପଂଚାୟତରେ ସାମାଜିକ ସମିକ୍ଷା ବୈଠକ କରିବାର ବ୍ୟବସ୍ଥା ରହିଛି । ସେହିପରି ବିଭିନ୍ନ ସମୟରେ କେନ୍ଦ୍ରରୁ ମନରେଗା କାର୍ଯ୍ୟର ସମିକ୍ଷା ପାଇଁ ସ୍ୱତନ୍ତ୍ର ଟିମର ସଦସ୍ୟ ଆସୁଥିଲେ ମଧ୍ୟ ଏଭଳି ଅନିୟମିତତା ସଂମ୍ପର୍କରେ କେହିହେଲେ କିପରି ସାମାନ୍ୟତମ ସୁରାକ ପାଇବାକୁ ସକ୍ଷମ ହୋଇନାହାନ୍ତି ଏହା ସବୁଠାରୁ ବଡ ପ୍ରଶ୍ନ ହୋଇଛି । ଏନେଇ ହରଭଙ୍ଗା ବିଡିଓ ରବିନ୍ଦ୍ର ଶତପଥିଙ୍କୁ ପଚାରିବାରୁ ଏ ଅଭିଯୋଗ ସମ୍ପର୍କରେ ଆପଣମାନଙ୍କ ଠାରୁ ଜାଣିବାକୁ ପାଇଲି । ଯଦି ଆମ ନିକଟକୁ କିଛି ଲିଖିତ ଅଭିଯୋଗ ଆସେ ତାହା ହେଲେ ଏହାର ତଦନ୍ତ କରି ସତ୍ୟତା ଥିଲେ ନିଶ୍ଚିତରୁପେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *