ହମ୍ପ୍ସରେ ବ୍ରେକ ମାରିବାରୁ ଟ୍ରକ ଡ୍ରାଇଭରର ମୃତ୍ୟୁ

ତୁରୁମୁଙ୍ଗା ୧୮-୨ (ଓଡ଼ିଆ ପୁଅ/ସନ୍ତୋଷ ପତି) ତୁରୁମୁଙ୍ଗା ଥାନା ୪୭ ନମ୍ବର ଜାତୀୟ ରାଜପଥ ରେଙ୍ଗାଳବେଡା ନିକଟରେ ଲୁହାପ୍ଲେଟ ବୋଝେଇ ଟ୍ରକ ଡ୍ରାଇଭରର ବ୍ରେକ ମାରିବା ଫଳରେ ଟ୍ରକରେ ଥିବା ଲୁହା ପ୍ଲେଟ ପଶି ଯିବାରୁ ଘଟଣା ସ୍ଥଳରେ ଦୁଃଖଦ ମୃତ୍ୟୁ ଘଟିଛି। ଖବର ଅନୁଯାୟୀ ଲୁହା ପ୍ଲେଟ ବୋଝେଇ ଟ୍ରଲର CG 04 LR 5409 ଟି ତୁରୁମୁଙ୍ଗା ପଟୁ କେନ୍ଦୁଝର ଆଡକୁ ଯାଉଥିଲା ରେଙ୍ଗାଳବେଡ଼ା ନିକଟରେ ଏକ ହମ୍ପ୍ସରେ ହଠାତ ବ୍ରେକ ମାରିବାରୁ ପଛରେ ଥିବା ଲୁହା ପ୍ଲେଟ ପଶିଯାଇଥିଲା। ଫଳରେ ଚାପି ହୋଇ ଡ୍ରାଇଭରର ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପାଟଣା ଅଗ୍ନିଶମ ବାହିନୀ ପହଁଚି ମୃତଦେହକୁ ବାହାରକୁ ବାହାରକରି ବ୍ୟବଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଖବର ଲେଖିବା ପର୍ଯ୍ୟନ୍ତ ମୃତ ଡ୍ରାଇଭରର ପରିଚୟ ମିଳି ପାରିନାହିଁ। ଦୁର୍ଘଟଣା ଫଳରେ 49 ନମ୍ବର ଜାତୀୟ ରାଜପଥର ଦୁଇ ପାର୍ଶ୍ଵରେ ଗାଡି ଅଟକି ରହିଥିଲା।

 

Leave a Reply

Your email address will not be published. Required fields are marked *