ଓଡ଼ିଶା

ସମ୍ପର୍କୀୟଙ୍କ ସଙ୍ଗେ ଝିଅର ଆଡମିଶନ ପାଇଁ ଯାଉଥିଲେ: ହମ୍ପସ୍ ଥିବାରୁ ବାଇକରୁ ପଡ଼ି ଶିକ୍ଷୟତ୍ରୀଙ୍କ ମୃତ୍ୟୁ

ତିର୍ତ୍ତୋଲ ୨୯.୦୫ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗୋରଡ଼ ପଞ୍ଚାୟତ ଗୋରଡ଼ ଗ୍ରାମର ଅଧ୍ୟାପକ କିଶୋର ନାୟକଙ୍କ ଧର୍ମପତ୍ନୀ ଜୟନ୍ତୀ ରାଉତ(୪୭)ଙ୍କର ଆଜି ସକାଳେ ବାଇକ୍ରୁ ଖସିପଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଖବର ମୁତାବକ ଏହି ଥାନା ଅନ୍ତର୍ଗତ କିରଣ୍ଟି ସ୍ଥିତ ବାସେଳୀ ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଆଜି ସକାଳୁ ତାଙ୍କ ସମ୍ପର୍କୀୟଙ୍କ ସହିତ ବାଇକ୍ ଯୋଗେ ଝିଅର ଆଡ଼ମିସନ ପାଇଁ ଭୁବନେଶ୍ୱର ଯାଉଥିବାବେଳେ ଜଗନ୍ନାଥପୁର – ବାରବାଟିଆ ରାସ୍ତାରେ ହମ୍ପସ୍ ଥିବାରୁ ବାଇକ୍ ର ଚାଳକ ଜାଣି ନପାରି ଦୃତଗତିରେ ଆସୁଥିବାରୁ ହମ୍ପସ ନିକଟରେ ବାଇକ୍ ରେ ବସିଥିବା ଶିକ୍ଷୟତ୍ରୀ ଜଣକ ଗଳିପଡ଼ିଥିଲେ। ଫଳରେ ତାଙ୍କର ପଛପଟ ମୁଣ୍ଡ ମାଡ଼ ହେବା ସହିତ ଶରୀରରେ ଆଘାତ ଲାଗିଥିଲା। ଆହତ ଶିକ୍ଷୟତ୍ରୀଙ୍କୁ ଚିକିତ୍ସାପାଇଁ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଥିଲେ। ପୋଲିସ ଶବଟିକୁ ଜବତ କରି ବ୍ୟେବଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଶିକ୍ଷତ୍ରୀଙ୍କ ମୃତଦେହ ଗୋରଡ଼ ରେ ପହଞ୍ଚିବାପରେ ସ୍ତାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top