ଅନୁଗୁଳ

ହନୁମାନ ବାଟିକାରେ ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ

ତାଳଚେର,୧୪/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଗତ ବର୍ଷ ପରି ଚଳିତଥର ତାଳଚେର ବ୍ଲକ ବଡ଼ଯୋରଡାସ୍ଥିତ ହନୁମାନ ବାଟିକାଠାରେ ପବିତ୍ର ହନୁମାନ ଜୟନ୍ତୀ ଓ ମହାବିଷୁବ ପଣାସଂକ୍ରାନ୍ତି ଶନିବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ହନୁମାନଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆନୁଷ୍ଠାନିକ ରୀତିନୀତି ସହିତ ପାଳନ କରାଯାଇଥିଲା । ଏଥିସହିତ ହୋମ ଯଜ୍ଞ,ବିଭିନ୍ନ ସଙ୍କିର୍ତନମଣ୍ଡଳୀଙ୍କ ଦ୍ୱାରା ନାମ ସଙ୍କିର୍ତନ ଅନୁଷ୍ଠିତ ହୋଇଥିଲା । ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଗଣ ହନୁମାନ ବାଟିକାରେ ଏକାଠି ହୋଇ ହନୁମାନଙ୍କ ମୂର୍ତୀ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରିବାସହ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର କମିଟିର ସଭାପତି ହିମାଂଶୁ ସାହୁ,ସମ୍ପାଦକ ଅନିଲ ପ୍ରସାଦ ସାମନ୍ତ,ମୂଖ୍ୟ ପୂଜକ ରୁଦ୍ରମୋହନ ଦ୍ୱିବେଦୀ, ସମାଜସେବୀ ବିଦେଶୀ ଦେହୁରୀ,କମିଟି ସଦସ୍ୟ କିଶୋରୀ ଚନ୍ଦ୍ର ପ୍ରଧାନ, ଅଭୟ ପ୍ରଧାନ,ଗୋବିନ୍ଦ ମହାରଣା,ଅମିତ ଏବଂ ଗ୍ରାମବାସୀଙ୍କ ସକି୍ରୟ ସହଯୋଗରେ ସମସ୍ତ କାର୍ଯ୍ୟ ସୂଚାରୂଭାବେ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ଭକ୍ତବୃନ୍ଦଙ୍କୁ ବେଲପଣା ପ୍ରଦାନ କରାଯିବାସହ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏଥିରେ ସମାଜସେବୀ ବିଦେଶୀ ଦେହୁରୀ ବିଶେଷଭାବେ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top