ଗଜପତି

ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତୀ ପାଳିତ

ପାରଳାଖେମୁଣ୍ଡି,୧୫ା୪(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଭଗବାନ ହନୁମାନଙ୍କ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତି ସହରରେ ଅତ୍ୟନ୍ତ ଧୁମଧାମରେ ପାଳିତ ହୋଇଛି । ହନୁମାନ ଜୟନ୍ତୀ ସାଙ୍ଗକୁ ପଣା ସଂକ୍ରାନ୍ତି ଦିନ ହୋଇଥିବା ଯୋଗୁଁ ସହରରେ ଥିବା ରେଳ ଷ୍ଟେସନ ସ୍ଥିତ ସିଦ୍ଧି ହନୁମାନ ମନ୍ଦିର, ଗୁଣ୍ଡିଚା ବାଡିର ହନୁମାନ ମନ୍ଦିର ଏବଂ ତୋଟା ହନୁମାନ ମନ୍ଦିର ସମେତ ସହର ସମସ୍ତ ହନୁମାନ ଏବଂ ମହାଦେବ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଶତାଧିକ ସଂଖ୍ୟାରେ ଭାଗବାନଙ୍କୁ ଦର୍ଶନ କରି ପୂଜର୍ଚ୍ଚନା କରିବା ସହ ହନୁମାନ ଚାଳିଶା ପାଠ କରିଥିଲେ । ଅନ୍ୟପକ୍ଷରେ ଆଜିର ଦିନଟି ମଧ୍ୟ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ହିନ୍ଦୁ ଧାର୍ମିକ ପରମ୍ପରାରେ ଏକ ବଡ ପର୍ବ ହୋଇଥିବା ଯୋଗୁଁ ଦିନ ସାରା ସମଗ୍ର ସହର ଏକ ଆଧ୍ୟାତ୍ମିକ ପରିବେଶର ଆନନ୍ଦ ଉଠାଇଛନ୍ତି । ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁ ମହିଳାମାନଙ୍କ ହୁଳହଳି ମାନସର ଶବ୍ଦରେ ମନ୍ଦିର ପରିବେଶ ଦନଷ୍ଟିତ ହୋଇ ଉଠିଥିଲା । ସମସ୍ତ ମନ୍ଦିର ମାନଙ୍କରେ ମନ୍ଦିର କମିଟି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ବିଭିନ୍ନ ପଣା, ମିଠା, ନଡିଆ, କଦଳୀ ସବୁ ପକାଇ ନବାତ ପଣାର ବ୍ୟବସ୍ଥା ସହ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହି ଅବସରରେ ସହରର କେଉଟ ସାହି ଛକ, ବାଟଗୌଡ ସାହି, ହାଟପଦା, ନେହୁର ଛକ ଇତ୍ୟାଦି ସ୍ଥାନମାନଙ୍କରେ ଭକ୍ତମାନଙ୍କ ଦ୍ୱାରା ପ୍ରସାଦ ସେବାର ବ୍ୟବସ୍ଥା କରାଯାଇଥିଲା । ଭିଷଣ ଗ୍ରୀଷ୍ମ ପ୍ରଭାବ ସକ୍ତେ ଶ୍ରଦ୍ଧାଳୁମାନେ ବିଭିନ୍ନ ମନ୍ଦିର ବୁଲି ଭୋଗରାଗ କରିବା ସହ ଦହିପଣା,ବେଲପଣା ଇତ୍ୟାଦିର ମଜା ନେଇଥିଲେ । ସେହିପରି ବଭିନ୍ନ ସ୍ଥାନରେ ମହାବିଷୁବ ସଂକ୍ରାନ୍ତି ଅବସରରେ ଓଡିଆ ନବବର୍ଷ ଧୁମଧାମରେ ପାଳନ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top