ହନୁମାନ ଜୀଉ ଉଚ୍ଚ ବିଦ୍ୟାଳୟ ଶ୍ରେଣୀଗୃହ ଉଦ୍ଘାଟନ

ଭଦ୍ରକ,୮ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଶ୍ରୀ ଶ୍ରୀ ହନୁମାନ ଜୀଉ ଉଚ୍ଚ ବିଦ୍ୟାଳୟର ନୂତନ ଶ୍ରେଣୀଗୃହକୁ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ହନୁମାନ ଜୀଉ ନୋଡାଲ ବିଦ୍ୟାଲୟର ଶିକ୍ଷକ ଦେବେନ୍ଦ୍ର ସେଠୀଙ୍କ ସଂପାଦନାରେ ଶିଶୁ ପ୍ରତିଭାମାନଙ୍କ ଲେଖାରେ ସମୃଦ୍ଧ ‘ଶିଶୁଶ୍ରୀ’ ପତ୍ରିକାକୁ ଲୋକାର୍ପଣ କରାଯାଇଥିଲା । ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସୂତ୍ରଧରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ଖିଲାର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପୌରପରିଷଦ ଅଧ୍ୟକ୍ଷ ମାନସ କୁମାର ମହାନ୍ତି, ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ, ସମାଜସେବୀ ରାଧାକାନ୍ତ ସାମଲ, ଶରତ କୁମାର ସ୍ୱାଇଁ ଓ ୧ନଂ ୱାର୍ଡ ସଦସ୍ୟା ପ୍ରୀତିଭାରତୀ ନାୟକ ଅତିଥିଭାବେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *