ହତ୍ୟା ନା ଆତ୍ମହତ୍ୟା

ଘଟଗାଁ,୧୯/୦୮(ଓଡିଆ ପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କୁଣ୍ଡାପୀଠା ଗ୍ରାମ ଚିନାମାଳି ସାହିରେ ଘର ପଛପଟୁ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ଗ୍ରାମର ଜଗନ୍ନାଥ ମହାନ୍ତଙ୍କ ପତ୍ନୀ ସରିତା ମହାନ୍ତ। ସୂଚନା ଅନୁଯାୟୀ ଜଗନ୍ନାଥ ଏକ ବର୍ଷ ପୂର୍ବରୁ ପାଟଣା ବ୍ଲକ ଖମୁଆ ଜାମୁପସି ଗ୍ରାମର ଲକ୍ଷ୍ମୀକାନ୍ତ ମହାନ୍ତଙ୍କ ଝିଅ ସରିତାକୁ ବିବାହ କରିଥିଲେ। ତେବେ ଗତ ରାତି ସ୍ୱାମୀ ସ୍ତ୍ରୀ ଉଭୟ ଖାଇସାରି ଶୋଇବାକୁ ଯାଇଥିଲେ। କିନ୍ତୁ ଆଜି ସକାଳୁ ସବିତାକୁ ଘର ବାଡି ପଛପଟୁ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ଏନେଇ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଁଚି ଅନୁସନ୍ଧାନ କରିବା ସହ ମୃତ ଶରୀରକୁ ବ୍ୟବଛେଦ ପାଇଁ ପଠାଇଛି। ତେବେ ଏ ପଯ୍ୟନ୍ତ ଏହା ହତ୍ୟା କି ଆତ୍ମହତ୍ୟା ତାହା କିଛି ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *