ହତ୍ୟା ନା ଆତ୍ମହତ୍ୟା

ସାରସକଣା ୭-୯ (ଓଡ଼ିଆ ପୁଅ/ବନ୍ଧନ ସିଂ) ମୟୁରଭଞ୍ଜ, ଝରପୋଖରିଆ ଥାନା ଅନ୍ତର୍ଗତ ସାନକଛିମବିଲା ଗ୍ରାମ ରେ ଗୁନା ସିଂ ବହୁ ବର୍ଷ ଧରି ବାସ କରିଆସୁଥିଲେ। ଅଗଷ୍ଟ ୧୧ ତାରିଖ ଦିନ ତାଙ୍କ ସାନ ଭାଇ ବଙ୍ଗା ସିଂ ଏବଂ ତାଙ୍କ ବଡ଼ ପୁଅ ରାଜୁ ସିଂ ଏବଂ ତାଙ୍କ ଗାଁ ର ଭାସ୍କର ମହାନ୍ତ ଗଛ ରୁ ଗୁନା ସିଂ ଙ୍କ ଶବ କୁ ଝୁଲନ୍ତା ଅବସ୍ଥା ରେ ଉଦ୍ଧାର କରିଥିଲେ। ଗଛରୁ ଶବ କୁ ଉଦ୍ଧାର ପରେ ମଧ୍ୟ ଝାଡ଼ପୋଖରୀଆ ପୋଲିସ କୁ କେହି ଜଣାଇନଥିଲେ କି ପୋଲିସ ମଧ୍ୟ ଜାଣି ପାରି ନ ଥିଲା। ଆଜିକୁ ପ୍ରାୟ ୨୦ ଦିନ ପରେ ତାଙ୍କ ସାନ ଭାଇ (ବଙ୍ଗା ସିଂ) ଝାଡ଼ପୋଖରିଆ ଥାନା ରେ ଅଭିଯୋଗ ନ କରି ସିଧା ସଳଖ ବାରିପଦା ଏସ୍.ପି ଙ୍କ ଠାରେ ଅଭିଯୋଗ କରିଛନ୍ତି ଏହି କି ଯେ ତାଙ୍କ ଭାଇ (ଗୁନା ସିଂ) ଙ୍କୁ ତାଙ୍କ ଭାଉଜ(ସୁକାନ୍ତି ସିଂ)ଏବଂ ତାଙ୍କ ବଡ଼ ପୁତୁରା(ରାଜୁ ସିଂ) ମିଶି ପିଟି ପିଟି ମାରିଦେଇ ଗଛ ରେ ନେଇ ଟାଙ୍ଗିଦେଇଛନ୍ତି ବଲି ବଙ୍ଗା ସିଂ ଅଭିଯୋଗ କରିଛନ୍ତି।ଗୁନା ସିଂ ଙ୍କ ସ୍ତ୍ରୀ(ସୁକାନ୍ତି ସିଂ)ଙ୍କ କହିବା କଥା ଏହି କି ଯେ, ତାଙ୍କ ଘରେ ସ୍ୱାମୀ-ସ୍ତ୍ରୀ ଙ୍କ ପାରିବାରିକ ଝଗଡା ଲାଗି ରହିଥାଏ।ଏବଂ ଗୁନା ସିଂ ଙ୍କ ସାନ ଭାଇ ବଙ୍ଗା ସିଂ ଜମି ବିବାଦ କୁ ନେଇ ଗୁନା ସିଂ ଙ୍କୁ ଧମକ ମଧ୍ୟ ଦେଇ ଥାନ୍ତି।ସବୁ ଦିନ ପରି ଅଗଷ୍ଟ ୧୦ ତାରିଖ ସନ୍ଧ୍ୟା ସମୟରେ ମଧ୍ୟ ତାଙ୍କ ଘରେ ଗୁନା ସିଂ ଏବଂ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟ ରେ ପାରିବାରିକ ଝଗଡା ହୋଇଥିଲା।୧୧ ତାରିଖ ଦିନ ସକାଳେ ଗୁନା ସିଂ ଏବଂ ତାଙ୍କ ପଡସି ଭାସ୍କର ମହାନ୍ତ ମିଶି ହାଣ୍ଡିଆ, ରଶୀ ପିଉଥିଲେ ଏବଂ ନାଚ ଗୀତ ମଧ୍ୟ କରୁଥିଲେ ସେଇ ସମୟ ରେ ଭାସ୍କର ମହାନ୍ତ ଗୁନା ସିଂ ଙ୍କୁ ପଚାରି କହିଲେ ଯେ ଏବର୍ଷ କାହିଁ କି ଧାନ ଚାଷ କରିଲୁନାହିଁ ତାହାର ଉତର ଦେବା କୁ ଯାଇ କହିଲେ ଯେ ମୋର ପଇସା ପତ୍ର ନାହିଁ ମୁ କେମିତି ବା ଚାଷ କରିବି।ମୁ ଗରିବ ଲୋକ ଯାହା ସବୁ ଆୟ କରୁଛି ମୋ ସ୍ତ୍ରୀ କୁ ପଇସା ଦେଇଦେଉଛି, ସେ ସବୁ କୁ ଖର୍ଚ୍ଚ କରିଦେଉଛି।ତାଙ୍କ କଥା ଶୁଣି ତାଙ୍କ ସ୍ତ୍ରୀ ଜବାବ ରେ କହିଲେ ସବୁ ପଇସା ତ ମଦ ପିଇବାରେ ଯାଉଛି, ମତେ କି ଦେଉଛ।ଏମିତି ତାଙ୍କ ଝଗଡା ବଢି ବାକୁ ଲାଗିଲା ଠିକ ସେତି କି ବେଳେ ବୁନା ସିଂ ଗୋଟିଏ ଦଉଡି ନେଇ ମାରିବା ପାଇଁ ଜଙ୍ଗଲ କୁ ଧାଇଁଲେ, କେହି ମଧ୍ୟ ତାଙ୍କୁ ଅଟକାଇ ନଥିଲେ।ତାଙ୍କ ସାଙ୍ଗ (ଭାସ୍କର ମହାନ୍ତ)ଗୁନା ସିଂ ଙ୍କ ପଛରେ ପଛରେ ଯାଇଥିଲେ, କିଛି ସମୟ ପରେ ଭାସ୍କର ମହାନ୍ତ ଫେରିଆସି ଗୁନା ସିଂ ଙ୍କ ଘରେ କହିଲେ ଯେ ଗୁନା ସିଂ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି।ଏହି କଥା ଶୁଣି ଗୁନା ସିଂ ଙ୍କ ସ୍ତ୍ରୀ ତାଙ୍କ ପୁଅ ରାଜୁ ସିଂ ତାଙ୍କ ଦିଅର ବଙ୍ଗା ସିଂ ଏବଂ ଭାସ୍କର ମହାନ୍ତ ଜଙ୍ଗଲ କୁ ଯାଇ ଝୁଲନ୍ତା ଶବ କୁ ଗଛ ରୁ ଉଦ୍ଧାର କରି ଘରକୁ ଆଣିଥିଲେ।ତା ପରେ ଗାଁ ଲୋକେ ରୁଣ୍ଢ ହୋଇଥିଲେ।ଗୁନା ସିଂ ଙ୍କ ସ୍ତ୍ରୀ ଙ୍କ କହିବା ଅନୁଯାୟୀ ତାଙ୍କ ଗାଁ ପାଖରେ ଟୁଟୁ ମହାନ୍ତ ନାମ କ ଜଣେ ହୋମଗାର୍ଡ ତାଙ୍କ ଘରକୁ ଯାଇ ଶବ କୁ ଦେଖିଥିଲେ।ସେ ଜଣେ ଝାରପୋଖରିଆ ଥାନା ହୋମଗାର୍ଡ ହୋଇ ମଧ୍ୟ ସେଇ ଘଟଣା କୁ ଥାନା ରେ ଜଣାଇନଥିଲା ଏବଂ ଗୁନା ସିଂ ଙ୍କ ଘର ଲୋକ ମଧ୍ୟ ଥାନା ରେ ଜଣାଇ ନ ଥିଲେ।ଗୁନା ସିଂ ଙ୍କ ସାନ ଭାଇ ବଙ୍ଗା ସିଂ ମଧ୍ୟ ଥାନା ରେ ନ ଜଣାଇବାପାଇଁ ପରିବାର ଲୋକ କୁ କହିଥିଲା।ଗୁନା ସିଂ ଙ୍କ ସ୍ତ୍ରୀ, ବଡ଼ ପୁଅ ରାଜୁ ସିଂ, ସାନ ପୁଅ ବିଜୁ ସିଂ ଏବଂ ଦୁଇ ସାନ ଝିଅ ମଧ୍ୟ କହିଛନ୍ତି ଯେ ସେନିଜେ(ବୁନା ସିଂ)ନିଜେ ଆତ୍ମହତ୍ୟା କରିନଥିଲେ ତାଙ୍କୁ ଜାଣି ଶୁଣି ହତ୍ୟା କରାଯାଇଛି।ବାରିପଦା ଏସ୍.ସି.ପି ଙ୍କ ଠାରେ ଅଭିଯୋଗ ପରେ ଝାରପକ୍ଷରିଆ ପଲିସ ତଦନ୍ତ ଆରମ୍ଭ କରିଛି, ଗୁନା ସିଂ ଙ୍କ ପରିବାର ଲୋକଙ୍କ ଆଶା ଯେ ତାଙ୍କୁ ଉଚିତ ନ୍ୟାୟ ମିଳୁ।

Leave a Reply

Your email address will not be published. Required fields are marked *