ହତ୍ୟା ଉଦ୍ୟମ କାରୀଙ୍କୁ ୪ ବର୍ଷ ଜେଲ୍

ନବରଙ୍ଗପୁର ୨-୨ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ନବରଙ୍ଗପୁର ସି ଜେ ଏମ ଶୁକ୍ରବାର ଏକ ହତ୍ୟା ଉଦ୍ୟମ ଘଟଣାର ବିଚାରଣ କରି ଅଭିଯୁକ୍ତକୁ ୪ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସିଜେଏମ ସିଟି କେସ ନମ୍ବର ୨୨୪/୧୭ର ବିଚାରଣ କରି ଅଭିଯୁକ୍ତ ରଘୁନାଥ କୁମ୍ଭାରକୁ ଏହି ଦଣ୍ଡ ଶୁଣାଇଛନ୍ତି। ଏହି ମାମଲା ଅନୁଯାୟୀ, ୧୪/୮/୨୦୧୭ ଦିନ ଭୋର ସାଢେ ପାଞ୍ଚଟା ସମୟରେ ସାଗରମୁଣ୍ଡା ଗ୍ରାମର ଚିତ୍ରସେନ ମାଝୀ ଓ ରମେଶ ନାୟକ ଗାଧୂଆ ସାରି ଫେରୁଥିଲେ। ଏହି ସମୟରେ ଗ୍ରାମର ସ୍କୁଲ ନିକଟରେ ଉକ୍ତ ଗ୍ରାମର ରଘୁନାଥ କୁମ୍ଭାର ଛପି ରହି ଚିତ୍ରସେନ ମାଝୀ ଉପରେ ମାରାଣନ୍ତକ ଆକ୍ରମଣ କରିଥିଲା। ନିକଟରେ ଥିବା ରମେଶ ନାୟକଙ୍କ ଯୋଗୁଁ ଚିତ୍ରସେନ ରକ୍ଷା ପାଇଥିଲେ। ଏହାପରେ ଚିତ୍ରସେନଙ୍କ ଭାଇ ଭଗତ ମାଝୀ ନବରଙ୍ଗପୁର ଥାନାରେ ଏହି ସଂମ୍ପର୍କରେ ଏତଲା ଦାୟର କରିଥିଲେ। ନବରଙ୍ଗପୁର ଥାନା କେସ ନମ୍ବର ୨୨୫/୧୭ ଅନୁଯାୟୀ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ୧୨ ଜଣଙ୍କ ସାକ୍ଷ ପ୍ରମାଣକୁ ଭତ୍ତି କରି ଶୁକ୍ରବାର ସିଜେଏମ ରଘୁରାମକୁ ୪ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦୦୦ଟଙ୍କା ଜରିମାନା ଓ ଜରିମାନା ଅନାଦେୟ କ୍ଷେତ୍ରରେ ଦୁଇ ମାସ ଅଧ୍ôକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟ ପ୍ରକାଶ କରିଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଏଡିସିନାଲ ପି ପି ସନ୍ତୋଷ କୁମାର ମିଶ୍ର ମାମଲା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *