ଅପରାଧ

ହତ୍ୟାକରି ଶବକୁ ନଦୀରେ ଭଷାଇବା ଘଟଣାରେ ଅଧ୍ୟାପକ ଓ ଶିକ୍ଷୟତ୍ରୀ ପତ୍ନୀ ଗିରଫ

ହାଟଡ଼ିହି-୧/୯,(ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ଗ୍ରାମରେ ସାନଭାଇକୁ ହତ୍ୟାକରି ସାଳନ୍ଦୀ ନଦୀରେ ଭଷାଇ ଦେବା ଅଭିଯୋଗରେ ବଡଭାଇ ତଥା ସୋସୋ ବଉଳା କଲେଜର ଅଧ୍ୟାପକ ନିରାକାର ମହାନ୍ତି ଓ ତାଙ୍କ ଶିକ୍ଷୟତ୍ରୀ ପତ୍ନୀ ମଧୁମିତା ବୋଇତେଇଙ୍କୁ ସୋସୋ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଖବରରୁ ଜଣାଯାଇଛି ଯେ ଗତକାଲି ଶାଳନ୍ଦୀ ନଦୀରେ ଏକ ଶବ ଭାଷୁଥିବା ବେଳେ ସୋସୋ ପୁଲିସ ହାଟଡିହି ଦମକଳ ବାହିନୀ ସହଯୋଗରେ ଉଦ୍ଧାର କରିଥିଲା । ପରେ ଏହା ବାଲିବରେଇ ଗ୍ରାମର ଅବନୀ ମହାନ୍ତିଙ୍କ ଶବ ବୋଲି ଚିହ୍ନଟ ହୋଇଥିଲା । ଏନେଇ ଅବନୀଙ୍କ ସ୍ତ୍ରୀ ଶକୁନ୍ତଳା ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲିି ସୋସୋ ଥାନାରେ ଅଭିଯୋଗ କରିବା ସହିତ ଅବନୀର ଭାଇ ଓ ଭାଉଜ ଏହି ହତ୍ୟାକାଣ୍ଡ ଭିଆଇ ନଦୀକୁ ଫିଙ୍ଗି ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ । ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଶହଶହ ଲୋକ ଶବକୁ ରଖି ବିଦ୍ୟାଧରପୁର-କାନପୁର ରାସ୍ତା ଅବରୋଧ କରିବାପରେ ସୋସୋ ପୁଲିସ ଥାନା କେସନଂ ୧୦୫/୨୦୧୮ ଦଫା ୩୦୨/୨୦୧/ ୩୪ଆଇପିସିରେ ମାମଲା ରୁଜୁ କରିଥିଲା । ଗତକାଲି ରାତି ୧୧ଟାବେଳେ ସୋସୋ ପୁଲିସ ଅଭିଯୁକ୍ତ ଅଧ୍ୟାପକ ନିରାକାର ମହାନ୍ତିଙ୍କ ଘରେ ଚଢ଼ାଉକରି ନିରାକାର ଓ ତାଙ୍କ ପତ୍ନୀ ମଧୁମିତାଙ୍କୁ ଗିରଫ କରିଥିବାବେଳେ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିଛି । ଏଠାରେ ସୁଚନାଯୋଗ୍ୟ ଯେ ଅବନି ଓ ତା ସ୍ତ୍ରୀ ସହିତ ସମ୍ପତ୍ତି ପାଇଁ ସବୁବେଳେ ନିରାକାର ଓ ତାଙ୍କ ସ୍ତ୍ରୀ ପାଟିତୁଣ୍ଡ ଓ ଝଗଡା ଝାଟି କରିଥାନ୍ତି । ଏପରିକି ବିବାହର ମାତ୍ର ଦୁଇବର୍ଷ ପରେ ଶକୁନ୍ତଳାକୁ ଘରୁ ବାହାର କରିଦେବାରୁ ଶକୁନ୍ତଳା ବାଧ୍ୟ ହୋଇ ବାପଘର ମିଠିଗାଁରେ ରହି ଆସୁଥିଲା । ଏନେଇ ଶକୁନ୍ତଳା ଅଦାଲତର ଆଶ୍ରୟ ନେଇଥିବାବେଳେ ମାନ୍ୟବର ଅଦାଲତ ଗତ ଗୁରୁବାର ଦିନ ଶକୁନ୍ତଳା ଶ୍ୱଶୁରଘର ବାଲିବରେଇକୁ ଯିବାପାଇଁ ନିଦେ୍ର୍ଦଶ ଦେଇଥିଲା । କିନ୍ତୁ ତା ପୁର୍ବରୁ ନିରାକାର ଓ ତା ସ୍ତ୍ରୀ ଦୁହେଁ ମିଶି ଅବନୀକୁ ହତ୍ୟାକରି ଶବକୁ ସାଳନ୍ଦୀ ନଦୀକୁ ଫିଙ୍ଗି ଦେଇଥିଲେ ବୋଲି ଶକୁନ୍ତଳା ଥାନାରେ ଅଭିଯୋଗ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top