ଓଡ଼ିଶା

ହଜ୍ ଯାତ୍ରୀଙ୍କୁ ମ୍ପୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର ୧୧-୭ (ଓଡ଼ିଆ ପୁଅ) ହଜ୍ ଯାତ୍ରାରେ ଯାଉଥିବା ଓଡିଶାର ଯାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଓଡିଶାରୁ ଚଳିତ ବର୍ଷ ୭୩୧ ଜଣ ଯାତ୍ରୀ ହଜ୍ କରିବାପାଇଁ ଯାଉଛନ୍ତି ଏହି ଅବସରରେ ଜୟଦେବ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ହଜ୍ ଯାତ୍ରୀମାନଙ୍କୁ ସୁବିଧା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି। ଆଲ୍ଲାଙ୍କ କରୁଣାରୁ ଏହି ଯାତ୍ରା ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଥିଲେ।

ଭୁବନେଶ୍ଵରଠାରେ ଏକ ହଜ୍ ଭବନ ନିର୍ମାଣ କାର୍ଯ୍ୟ ଜାରି ରହିଛି ଏବଂ ଏହା ଖୁବ ଶୀଘ୍ର ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ସହିତ ଭୁବନେଶ୍ଵରରେ ଏକ embarkation point କରିବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି। ସଂଖ୍ୟାଲଘୁ ବର୍ଗର ଲୋକଙ୍କର ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ପାଇଁ ଉଦ୍ଧିଷ୍ଠ ଶିକ୍ଷାନୁଷ୍ଠାନରେ ପାଠାଗାର ପରୀଷାଗାର ଏବଂ ଅତିରିକ୍ତ ଶ୍ରେଣୀ ଗୃହର ସୁବିଧା ପାଇଁ ପ୍ରତ୍ୟେକ ଶିଷାନୁଷ୍ଠାନକୁ ୬ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଛି। ସେହିପରି ସଂଖ୍ୟାଲଘୁ ବର୍ଗର ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ୪୦୦୦ ଛାତ୍ରଛାତ୍ରୀ ରହିବା ଭଳି ୪୦ ଟି ହଷ୍ଟେଲ ନିର୍ମାଣ କରାଯାଉଛି। ସେମାନଙ୍କ ପାଇଁ ୧୦୦ ଟି ବହୁମୁଖୀ କମ୍ୟୁନିଟି ସେଣ୍ଟର ମଧ୍ୟ ନିର୍ମାଣ କରାଯାଉଛି। ସଂଖ୍ୟାଲଘୁ ବର୍ଗର ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହଜ୍ ଯାତ୍ରୀମାନଙ୍କୁ ହଜ୍ କିଟ୍ ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top