ଓଡ଼ିଶା

ହଜିଗଲା ମାନବିକତା : ପୁଣି ଶବ ବୁହା ହେଲା ଟ୍ରଲି ରିକ୍ସାରେ

କେନ୍ଦୁଝର, ୨୩-୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝରରେ ପୁଣି ହଜିଗଲା ମାନବିକତା। ମହାପ୍ରୟାଣ ଗାଡି ନ ମିଳିବାରୁ ମୃତ ଶରୀରକୁ ଏକ ଟ୍ରଲି ରିକ୍ସାରେ ବୋହି ନେବାକୁ ପଡିଥିବା ଦେଖିବାକୁ ମିଳିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟାଉନ ଥାନା ଅନ୍ତର୍ଗତ ମାଝୀ ସାହୀରେ କାଳିଆ ନାଏକ ନାମକ ଜଣେ ବ୍ୟକ୍ତିଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା। କିନ୍ତୁ ବହୁ ଚେଷ୍ଟା କରାଯିବା ପରେ ମଧ୍ୟ ମହା ପ୍ରୟାଣ ଗାଡି ମିଳି ନଥିଲା। ମୃତକଙ୍କର କେହି ନଥିବାରୁ ଶେଷରେ ମ୍ୟୁନିସପାଲଟିର ସୁଇପରମାନେ ତାଙ୍କୁ ସତ୍କାର କରିବାକୁ ଆଗେଇ ଆସିଥିଲେ ଏବଂ ଏକ ଟ୍ରଲି ରିକ୍ସାରେ ମୃତକଙ୍କୁ ସହର ମଧ୍ୟରେ ନିଆଯାଉଥିବା ଘଟଣା ଦେଖିବାକୁ ମିଳିଥିଲା। ଯାହାକି ସହରବାସୀ ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଲକ୍ଷ୍ୟ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top