ad
ଓଡ଼ିଶା

ହଜାର ହଜାର ଦର୍ଶକଙ୍କ ସମାଗମରେ ଐତିହାସିକ ଦନ୍ତୋର ଉଡ଼ା ପର୍ବ ପାଳନ

ଔପଦା, ୨୨/୪(ଓଡ଼ିଆ ପୁଅ/ନିରଞ୍ଜନ ବାରିକ):ଔପଦା ବ୍ଲକ ବଡ଼ପୋଖରୀ ପଂଚାୟତର ରାଜାରାଜୁଡ଼ା ଶାସନ କାଳରୁ ପାଳିତ ହେଉଥିବା ଐତିହାସିକ ଦନ୍ତୋର ଉଡ଼ା ପର୍ବ ପାଳିତ ହୋଇଯାଇଛି। ବୈଶାଖ ସଂକ୍ରାନ୍ତୀ ଠାରୁ ନିଆଁ ପାଟୁଆ ଆରମ୍ଭ ହୋଇଥିବା ବେଳେ ୧୮ ଜଣ ପାଟୁଆ ନିଆଁରେ ଚାଲି ରୀତିନୀତିରେ ୯ ଦିନ ରହିବା ପରେ ବୈଶାଖ ମାସ ୯ ଦିନରେ ଏହି ଉଡ଼ା ପର୍ବ ପାଳିତ ହୋଇଥିଲା। ଦେବଗିରୀ ପର୍ବତ ମାଳାରେ ପୂଜା ପାଉଥିବା ୭ଜଣ ବନ ଦେବତୀଙ୍କୁ ଏହି ଉଡ଼ା ପର୍ବରେ ନିମନ୍ତ୍ରିତ କରାଯାଇ ସେମାନଙ୍କ ଠାରେ ଛେନାପଣା, ନଡ଼ିଆ, କଦଳୀ ଲାଗି କରାଯାଇ ସେମାନଙ୍କୁ ଆପାୟିତ କରାଯାଇଥାଏ। ମାନସିକ ଧାରୀ ମାନେ ଉଡ଼ା ଖମ୍ବ ଓ ଦଉଡ଼ିକୁ ମଥାରେ ଲଗାଇ ଠାକୁରାଣୀଙ୍କ ଠାରୁ ଆର୍ଶିବାଦ ନେଇଥାନ୍ତି। ଶେଷରେ ପାଟୁଆ ମାନେ ପିଠିରେ କଂଟା ଫୋଡ଼ି ଉଡ଼ା ଖମ୍ବରେ ଉଡ଼ିଥାନ୍ତି। ବନ ଦେବତୀ ଏସବୁ ଦେଖି ଖୁସି ହେଲେ ଅଂଚଳବାସୀ ମନଷ୍କାମନା ପୂର୍ଣ୍ଣ ହୋଇ ସେମାନଙ୍କ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ଲୋକକଥା ରହିଛି। ହଜାର ହଜାର ଦର୍ଶକ ଉପସ୍ଥିତ ରହି ଶାନ୍ତି ଓ ଶୃଙ୍ଖଳା ସହକାରେ ଏହି ଉଡ଼ା ପର୍ବକୁ ପାଳନ କରିଥାନ୍ତି। ରବିବାର ଏହି ଉଡ଼ା ପର୍ବ ପାଳିତ ହୋଇଥିବା ବେଳେ ଏକ ପ୍ଲାଟୁନ ପୁଲିସ ଫୋର୍ସ ସହ ଔପଦା ଥାନାଧିକାରୀ ପ୍ରଶାନ୍ତ କୁମାର ଜେନା ଘଟଣା ସ୍ଥଳରେ ଉପସ୍ଥିତ ରହି ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିଥିଲେ। ଉଡ଼ା କମିଟିର ସଭାପତି ଅଲେଖ ରାଉତ, ମୁକ୍ତିକାନ୍ତ ବେହେରା, ସୁରେନ୍ଦ୍ରନାଥ ପଣ୍ଡା, ନିରଞ୍ଜନ ଦାସ ମହାପତ୍ର, କୃର୍ଷ୍ଣଚନ୍ଦ୍ର ଚଣ୍ଡ, ଦିବାକର ସାହୁ, ସୁଦାମ ବେହେରା, ସମିତିସଭ୍ୟ ଅଲେଖ ବେହେରାଙ୍କ ସମେତ ବଡ଼ପୋଖରୀ ସହଯୋଗ ସ୍ୱେଚ୍ଛାସେବୀ ସଂଘଠନ, ଫ୍ରେଣ୍ଡସ କ୍ଲବ ଓ ସହିଦ ସ୍ମୃତି ପରିଷଦର କର୍ମକର୍ତା ମାନେ ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ସେଠାରେ ମେଳା ବସୁଥିବାରୁ ଦୋକାନ ବଜାର ସହ ଇଷ୍ଟର୍ଣ୍ଣ ଭାଓଲେଟ ଯାତ୍ରାପାର୍ଟି ୨୨ ତାରିଖ ଠାରୁ ୩ଦିନ ଯାତ୍ରା ପରିବେଷଣ କରିବ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top