ହକ ପାଇଁ କୃଷକମାନେ ପ୍ରଶାସନଙ୍କ ଦ୍ୱାରସ୍ଥ

ପାରଳାଖେମୁଣ୍ଡି,୨୩ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ କିଛି କୃଷକ ତାଙ୍କ ଜମି ଫେରିପାଇବା ପାଇଁ ନିବେଦନ ଜଣାଇଛନ୍ତି । ଏଠାରେ ପ୍ରକାଶ ଥାଉକି ଗୁମ୍ମା ବ୍ଳକ ଜିବା ପଞ୍ଚାୟତର ଅନକୁଣ୍ଡା ଗ୍ରାମର ପ୍ରାୟ ୪୦ଜଣ ଅଣଆଦିବାସୀ କୃଷକମାନଙ୍କର ୫ମାଇଲ ଗ୍ରାମ ନିକଟରେ ୮୦ଏକର ଜମି ରହିଛି । ଏହି ଜମି ଏହି ଅଣଆଦିବାସୀ ଚାଷିମାନଙ୍କ ହୋଇଥିଲେ ମଧ୍ୟ ଏଠାରେ କାଜୁ ବଗିଚାରୁ ନିକଟସ୍ଥ ପାର୍ଶମ୍ବା ଅଞ୍ଚଳର କିଛି ଆଦିବାସୀ ଅସମାଜିକ ଲୋକମାନେ ଜୋରଜବରଦସ୍ତ କାଜୁ ତୋଳି ସେଜମି ତାଙ୍କର ବୋଲି ହକ ଜତାଇ ଆସୁଥିଲେ । ଏପରି ବାରମ୍ବାର ସେଠାରେ ଅଶାନ୍ତି ଦେଖାଦେବାରୁ ପ୍ରଶାସନ ପକ୍ଷରୁ ଉକ୍ତ ଜମିରୁ ୪୦ଏକର ଉକ୍ତ ଆଦିବାସୀମାନଙ୍କୁ ଓ ଅନ୍ୟ ୪୦ଏକର ଏହି ମୁଳ ଅଣଆଦିବାସୀ ମାନଙ୍କୁ ସମାନ ଭାବେ ବାଣ୍ଟି ଦିଆଯାଇଥିଲା । ମାତ୍ର ପ୍ରଶାସନର ହସ୍ତକ୍ଷେପ ପରେ ମଧ୍ୟ ସେହି ଆଦିବାସୀ ଅସମାଜିକ ବ୍ୟକ୍ତିମାନେ ସମସ୍ତ ୮୦ଏକର ଜମିକୁ ନିଜ କବଜାରେ ରଖି ସେଥିରୁ ଜୋରଜବରଦସ୍ତ କାଜୁ ତୋଳି ବିକି୍ର କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏସମ୍ପର୍କରେ ପ୍ରଶାସନକୁ ବାରମ୍ବାର ଅବଗତ କରିବା ପରେ କୌଣସି ସୁଫଳ ମିଳିପାରିନାହିଁ । ଯଦି ସମସ୍ୟାର ସମାଧାନ ନହୁଏ ଅନୁକୁଣ୍ଡା ଗ୍ରାମର ଅରକ୍ଷିତ ଲିମା, ମାଲେସୁ ଲିମା, ଫୁଲମା ଲିମା, କରାଡି ହରିଚନ୍ଦ୍ର, ଧନପତି ଲିମା ପ୍ରମୁଖ ଅଣଆଦିବାସୀ କୃଷକମାନେ ଆଗାମିଦିନରେ ଆନେ୍ଦାଳନକୁ କରିବେ ବୋଲି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *