ଜିଲ୍ଲା ପରିକ୍ରମା

ହକ୍ ର ଲଢ଼େଇ ପାଇଁ ବିଜେପିର ଲଟ୍କା ଜାରୀ

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସହରବାସୀଙ୍କ ହକ୍ ଲଢ଼େଇ ପାଇଁ ଆଜି ଭଦ୍ରକ ନଗର ବିଜେପି ପକ୍ଷରୁ ପୌରକାର୍ଯ୍ୟାଳୟ ପରିସରରେ ଲଟକା ଜାରୀ କରାଯାଇଛି। ଏହି ଅବସରରେ ଦଳର କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାକାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବିଭିନ୍ନ ନବୀନ ସରକାର ବିରୋଧି ଧ୍ୱନୀ ଦେଇ ସହର ପରିକ୍ରମା କରିଥିଲେ। ପରେ ପୌର କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟର ନୋଟିସ ବୋର୍ଡ଼ ସମେତ ବିଭିନ୍ନ ସ୍ଥାନରେ ଲଟକା ଜାରୀ କରିଥିଲେ। ନଗର ମଣ୍ଡଳ ସଭାପତି ରଂଜନ ସ୍ୱାଇଁଙ୍କ ସଭାପତିତ୍ୱରେ ପୌର କାର୍ଯ୍ୟାଳୟ ପରିସରରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସଭାପତି ବଦ୍ରି ନାରାୟଣ ଧଳ, ବିଧାନସଭା ନେତା ଡ଼ାକ୍ତର ପ୍ରଦୀପ ନାୟକ, ପାରିଷଦ ଶରତ ପଢ଼ିଆରୀ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ଜେନା, ତପନ ମହାନ୍ତି, ବିଦ୍ୟାଧର ସାହୁ, ସୁରେଶ ସାମଲ, ଅମରେଶ ନାୟକ, ମାଳତୀ ଲତା ସାହୁ, ପ୍ରଭାତ ମହାନ୍ତି ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ସହରର ଜଳ ନିଷ୍କାସନ ସମସ୍ୟା, ବର୍ଜ୍ୟବସ୍ତୁ ପରିଚାଳନା, ଟ୍ରାଫିକ ସମସ୍ୟା, ଅଘୋଷିତ ବିଦ୍ୟୁତ କାଟ, ରେସନ କାର୍ଡ଼, ପ୍ରଧାନମନ୍ତ୍ରୀ ଅବାାସ ଯୋଜନାରେ ଅନିୟମିତତା, ସ୍ୱଛ ଭାରତ ଯୋଜନା ଅର୍ନ୍ତର୍ଗତ ପାଇଖାନା ନିର୍ମାଣରେ ଦୁର୍ନୀତୀ, ଶୁଦ୍ଧ ପାନୀୟ ଜଳ ଯୋଗାଣରେ ବିଫଳତା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପ୍ରସଙ୍ଗ ଉତ୍ଥାପନ କରି ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଓ ପୌର କର୍ତ୍ତୃପକ୍ଷଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଘାଉଲି ଜେନା, ପ୍ରସନ୍ନ ମହାପାତ୍ର, ଉର୍ମିଳା ସାହୁ, ଯତିନ୍ଦ୍ର ନାୟକ, ଉତ୍ତମ ପାତ୍ର, ଆଦିକନ୍ଦ ନାୟକ, ନାରାୟଣ ସେନାପତି, ପ୍ରଭାକର ସାମଲ, ଗୋବିନ୍ଦ ସାହୁ, ସରୋଜ ରାଉତ୍, ସନ୍ତୋଷ ସାହୁ, ତନଭିର ଖାଁ, ସେକ୍ ଶବର, ସେକ୍ ସଇରୁଦ୍ଦିନ, ଏନାମୁଲ ହକ୍, ଶୁଭ ଖାଁ, ସେକ ଜୋର, ପଦ୍ମିନୀ ଦ୍ୱିବେଦୀ, ନାରାୟଣ ନାୟକ, ପ୍ରହଲାଦ ଦାସ, ବାବୁରାମ, ଦୀପକ ବେହେରା, ସପନ ଦାସ, ଦୁର୍ଯେ୍ୟାଧନ ବେହେରା, ଭବାନୀ ଜେନା, ଲକ୍ଷ୍ମୀଧର ଦାସ, ଭାରତୀ ନାୟକ, କଳ୍ପନା ଜେନା, ପ୍ରଦୀପ ମହାନ୍ତି, ସତ୍ୟ ଦାସ, କମଳାବେରୋ, ପ୍ରମୁଖ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top