ହକି ପଦକ ବିଜେତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା କୋଚଙ୍କ ପାଇଁ ମଧ୍ୟ ପୁରସ୍କାର ଘୋଷଣା

ଭୁବନେଶ୍ବର ୦୧.୦୯.୨୦୧୮ (ଓଡ଼ିଆ ପୁଅ) ଇଣ୍ଡୋନେସିଆ ଏସିଆନ୍ ଗେମ୍‌ରେ ଭାରତୀୟ ମହିଳା ହକି ଦଳ ରୌପ୍ୟ ପଦକ ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହିତ ଚାରିଜଣ ଓଡିଆ ଖେଳାଳୀ ସୁନୀତା ଲାକ୍ରା, ନମିତା ଟପୋ, ଲିରିମା ମିଞ୍ଜ ଏବଂ ଦୀପ ଗ୍ରେସ ଏକ୍କାଙ୍କ ପାଇଁ ଅର୍ଥ ପୁରସ୍କାର ଘୋଷଣା କରିଛନ୍ତି। ସଂଶୋଧିତ କ୍ରୀଡା ପୁରସ୍କାର ନୀତି ଅନୁଯାୟୀ ଏହି ଚାରିଜଣ ଓଡ଼ିଆ ଖେଳାଳୀ ପ୍ରତ୍ୟେକ ଏକ କୋଟି ଟଙ୍କା ଲେଖାଏଁ ପୁରସ୍କାର ପାଇବେ।

ସୂଚନାଯୋଗ୍ୟ ଯେ କୋଡିଏ ବର୍ଷର ବ୍ୟବଧାନ ପରେ ଭାରତୀୟ ମହିଳା ହକି ଦଳ ଚଳିତ ବର୍ଷ ଏସିଆନ ଗେମ୍‌ର ଫାଇନାଲରେ ପ୍ରବେଶ କରିଥିଲା।

ଓଡିଶା ସବୁବେଳେ ହକି ଖେଳକୁ ଉତ୍ସାହିତ କରି ଆସିଛି ଏବଂ ଆଗାମୀ ନଭେମ୍ବରରେ ଭୁବନେଶ୍ବରରେ ବିଶ୍ୱ ପୁରୁଷ ହକି କପ୍ ୨୦୧୮ ଆୟୋଜନ କରାଯାଇଛି। ଏତଦ୍‌ବ୍ୟତୀତ ଓଡିଶା ମଧ୍ୟ ଭାରତୀୟ ଜାତୀୟ ହକି ଦଳର ପୃଷ୍ଠପୋଷକ ଅଛି।

ସେହିପରି ସଂଶୋଧିତ ନୀତି ଅନୁଯାୟୀ ଏସିଆନ୍ ଗେମ୍ସର ପଦକ ବିଜେତାମାନଙ୍କର ପ୍ରଶିକ୍ଷକମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ। ପ୍ରଶିକ୍ଷକମାନଙ୍କୁ ପଦକ ବିଜେତା ପାଉଥିବା ଅର୍ଥ ପୁରସ୍କାରର ତତୁଲ୍ୟ ୨୦ ପ୍ରତିଶତ ଅର୍ଥ ପୁରସ୍କାର ଭାବେ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *