ଓଡ଼ିଶା

ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ଶୋଚନୀୟ ମୃତ୍ୟୁ

ବଲାଙ୍ଗିର, ୫/୮ (ଓଡ଼ିଆ ପୁଅ) – ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ସାତମାଇଲ ଠାରେ ଗତ ରାତି ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ଶୋଚନୀୟ ଭାବେ ମୃତ୍ୟୁ ଘଟିଛି। ଏମାନେ ଆସୁଥିବା ବାଇକ୍କୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ବଲାଙ୍ଗିର ସହରର ମାଲପଡ଼ା ନିବାସୀ ୩ ଜଣ ସାଙ୍ଗ ଲଳିତ ରଞ୍ଜନ କର, ଅତ୍ୟୁତ ବଗର୍ତ୍ତୀ ଏବଂ ରାଜେଶ ବାଗ ଏକ ବାଇକ୍ ଯୋଗେ ସୋନପୁର ପଟରୁ ବଲାଙ୍ଗିର ଆଡ଼କୁ ଆସୁଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା। ଟ୍ରକ୍ ଧକ୍କାରେ ୩ ଜଣ ଯାକ ଯୁବକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଦୁର୍ଘଟଣା ପରେ ଟ୍ରକ ସହ ଡ୍ରାଇଭର ପଳାୟନ କରିଛି। ପୋଲିସ ତିନି ମୃତକଙ୍କ ମରଶରୀରକୁ ବଲାଙ୍ଗିର ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top