ଗଜପତି

ସ୍ୱ.ଆଇନଜୀବିଙ୍କ ଜୟନ୍ତୀ ଉତ୍ସବ ପାଳିତ

ପାରଳାଖେମୁଣ୍ଡି,୪ା୪(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଭକ୍ତି ସଂସଦ ଅନୁଷ୍ଠାନ ପରିସରରେ ଆଇନଜୀବି ସ୍ୱ.କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ସଂସଦ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଗୌରଚନ୍ଦ୍ର ପଣ୍ଡା ଯୋଗଦେଇ ସ୍ୱ.ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରିଥିଲେ । ସଂସଦର ସଂଯୋଜକ ଭଗବତ ପାଢୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସ୍ୱ.ପାଣିଗ୍ରାହୀ ବିଭିନ୍ନ ବିକାଶମୁଳକ କାର୍ଯ୍ୟକ୍ରମରେ କିପରି ଅବଦାନ ରହିଥିଲା ସେବିଷୟରେ ଆଲୋଚନା କରିଥିଲେ । ସେହିପରି ଅଭିଭକ୍ତ ଗଞ୍ଜାମ ଜିଲାର ପାରଳାଖେମୁଣ୍ଡି ଠାରେ ସବଜର୍ଜ ଏବଂ ଅତିରିକ୍ତ ଜିଲା କୋର୍ଟ ପ୍ରତିଷ୍ଠାରେ ତାଙ୍କର ପ୍ରମୁଖ ଭୁମିକା ରହିଥିବା ବୋଲି ବିଭିନ୍ନ ବକ୍ତା ମତ ଦେଇଥିଲେ । ଏହି ଅବସରରେ ତାଙ୍କ କନ୍ୟା ଡ.ଭାରତୀ ପାଣିଗ୍ରାହୀ ଏବଂ ଜାମାତା ସତ୍ୟନାରାୟଣ ପଣ୍ଡା ଉପସ୍ଥିତ ରହି ତାଙ୍କର ଅନୁଭୁତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ବାର ସଂଘ ସଭାପତି ରାମନାଥ ମିଶ୍ର ଏବଂ ବରିଷ୍ଠ ଆଇନଜୀବି ବଟକୃଷ୍ଣ ପାତ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ଶେଷର ଭକ୍ତି ସଂଗିତ ସଂସଦର ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top