Home ଜିଲ୍ଲା ପରିକ୍ରମା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା ସମ୍ବନ୍ଧୀୟ ତାଲିମ

ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା ସମ୍ବନ୍ଧୀୟ ତାଲିମ

206

ନୟାଗଡ଼, ୩୧ା୭:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତର କଂଚନବିଲି ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା ସମ୍ବନ୍ଧୀୟ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମିଶନ ଶକ୍ତି ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଅଙ୍ଗନାବାଡି କର୍ମୀ ବିଷ୍ଣୁପ୍ରିୟା ପ୍ରଧାନଙ୍କ ସଭାପତିତ୍ୱରେ ଏହି ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଆଇସିଡିଏସ୍ ର ସୁପରଭାଇଜର ପ୍ରତିମା ସେଠୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ତାଲିମ ଦେଇଥିଲେ। ଶ୍ରୀମତୀ ସେଠୀ ସ୍ୱୟଂ ସହାୟକ ଗୋଷ୍ଠୀର ଶକ୍ତି, ସାମର୍ଥ୍ୟ, ଗୋଷ୍ଠୀର ଗୁରୁତ୍ୱ, .ସାମାଜିକ ସଶକ୍ତିକରଣ, ଅର୍ଥନୈତିକ ସଶକ୍ତିକରଣ, ସ୍ୱୟଂ ସହାୟକ ଗୋଷ୍ଠୀର ଲକ୍ଷ୍ୟ ଓ ଏହାର ବିଭିନ୍ନ ଦିଗ ଉପରେ ବିକ୍ଷିପ୍ତ ଭାବରେ ବୁଝାଇଥିଲାବେଳେ ବିଭିନ୍ନ ସରକାରୀ ଯୋଜନାରେ ସପୃକ୍ତି .ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ, ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ, ସାମାଜିକ କାର୍ଯ୍ୟକ୍ରମ ଆଦି ଉପରେ ତାଲିମ ଦେଇଥିଲେ। ଏହି ତାଲିମ କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ସହାୟିକା ସବିତା ମୁଦୁଲି, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା, ସଦସ୍ୟମାନେ ଯୋଗଦେଇ ତାଲିମ ନେଇଥିଲେ। ତେବେ ମହିଳା ଗୋଷ୍ଠୀମାନେ କିପରି ନିଜେ ପରିଚାଳିତ ହୋଇ ସାମାଜିକ, ଅର୍ଥନୈତିକ ସମସ୍ୟା ସମ୍ପର୍କରେ ସଚେତନ ହୋଇ ରୋଜଗାରକ୍ଷମ ହୋଇପାରିବେ ତାହା ଉପରେ ଏହି ତାଲିମରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ନୟାଗଡ଼ ବ୍ଳକର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା ସମ୍ବନ୍ଧୀୟ ତାଲିମ ଦିଆଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.