ଅନୁଗୁଳ

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ତୃଣମୂଳସ୍ତରୀୟ ତାଲିମ

ଅନୁଗୋଳ,୧୬/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ସ୍ୱେଚ୍ଛାସେବୀ ସଙ୍ଗଠନ ସୋସିଆଲ ଡେଭେଲପ୍ମେଣ୍ଟ ଫାଉଣ୍ଡେସନ୍,ତାଳଚେର ଓ ନାବାର୍ଡ ଅନୁଗୋଳର ମିଳିତ ଆନୁକୂଲ୍ୟରେ ବ୍ୟାଙ୍କ ଅଫ୍ ବରୋଦା କଣ୍ଟିଆପଶି ଶାଖା ପରିସରରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ନିମନ୍ତେ ଏକ ତୃଣମୂଳସ୍ତରୀୟ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଙ୍ଗଠନର ସମ୍ପାଦକ ବୁଦ୍ଧଦେବ ଦାସ ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଉକ୍ତ କାର୍ଯ୍ୟକ୍ରମର ଉଦେ୍ଶ୍ୟ ତଥା ଉକ୍ତ ଗୋଷ୍ଠୀଙ୍କର ବ୍ୟାଙ୍କ ସହିତ ସୁସମ୍ପର୍କ କିପରି ସୁଦୃଢ଼ ହୋଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ନାବାର୍ଡର ଜିଲ୍ଲା ଡେଭେଲପମେଣ୍ଟ ମ୍ୟାନେଜର ପ୍ରଣବ କିଶୋର ଜେନା ଯୋଗଦାନ କରି ଋଣ କାରବାରର ଆବଶ୍ୟକତା ତଥା ସଠିକ୍ ସମୟରେ ପରିଶୋଧ ଓ ସୁସମ୍ପର୍କ ଉପରେ ଗୋଷ୍ଠୀମାନଙ୍କର ସଦସ୍ୟା ସହ ମତବିନିମୟ କରିଥିଲେ । ଓଡ଼ିଶା ଜୀବିକା ମିଶନ,ପାଲଲହଡା ଶାଖାର ବିପିଏମ୍ ରିସୋର୍ସ ପର୍ସନ ଭାବେ ଗୋଷ୍ଠୀଙ୍କୁ ଦଶ ସୂତ୍ର କାର୍ଯ୍ୟକ୍ରମ ଉପରେ ବୁଝାଇଥିଲେ । ଶେଷରେ ଆଶିଷ ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି,ଏହିପରି କାର୍ଯ୍ୟକ୍ରମ ଖମାରଠାରେ ଆସନ୍ତା ୨୧ଫେବୃୟାରୀ ଏବଂ ୨୩ତାରିଖରେ ପାଲଲହଡାଠାରେ ଅନୁଷ୍ଠିତ ହେବ ବୋଲି ସଙ୍ଗଠନ ପକ୍ଷରୁ ପ୍ରକାଶ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top