ସ୍ୱୟଂ ସହାୟକ ଗୋଷ୍ଠିର ଦ୍ରବ୍ୟ ରପ୍ତାନୀ ଶୁଭାରମ୍ଭ

ପାରଳାଖେମୁଣ୍ଡି,୨ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଯାଜପୁର ଗ୍ରାମଠାରେ ଜୟଗୁରୁ ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ ଆରମ୍ଭ ହୋଇଥିବା ନୁତନ ମସଲା ପ୍ରକଳ୍ପର ରପ୍ତାନୀ କାର୍ଯ୍ୟ ଶୁଭାରମ୍ଭ ହୋଇଛି । ପ୍ରଥମ ଦିନରେ ମୋଟ ୭୦ହଜାର ଟଙ୍କାର ମସଲା ଓ ଧୁପକାଠି ବ୍ରହ୍ମପୁର କେସି ଗ୍ରୁପ ସହାୟତାରେ ବଜାରକୁ ଛଡାଯାଇଛି । ଏହି ଦ୍ରବ୍ୟ ରପ୍ତାନୀ ସମୟରେ ଉକ୍ତ ଗାଡିକୁ ସବୁଜ ପତକା ଦେଖାଇ ଗଜପତି ଓରମାସର ସହନିଦେ୍ର୍ଦଶକ ରବିନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଥିଲେ । ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ଦେବେନ୍ଦ୍ର କୁମାର କର, ବ୍ରହ୍ମପୁର କେସି ଗ୍ରୁପର କେସି ଦାସ ଏବଂ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *