ଗଜପତି

ସ୍ୱୟଂସିଦ୍ଧା ନାରୀ ଶକ୍ତି ଜାଗରଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୧୪ା୫ (ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଗ୍ରାମିଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ପରିସରରେ ଜିଲା ପକ୍ଷରୁ ମାତୃ ଦିବସ ଅବସରରେ ଏକ ନାରୀ ଶକ୍ତି ଜାଗରଣ କାର୍ଯ୍ୟକ୍ରମ “ସ୍ୱୟଂସିଦ୍ଧା” ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ.ସୁରିୟା ରାଓ ଯୋଗଦେଇ ମାଁ ଭଳି ଅମୁଲ୍ୟ ସମ୍ପଦ ମିଳିବା କଷ୍ଟକର ବୋଲି କହିବା ସହ ମାଁ ହିଁ ସବୁ ସମୟରେ ଏବଂ ସବୁ କ୍ଷେତ୍ରରେ ନିଜ ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିଥାନ୍ତି ବୋଲି କହିଥିଲେ। ସେହିପରି ମୋହନା ବିଧାୟିକା ବାସନ୍ତି ମଲିକ କାର୍ଯ୍ୟକ୍ରମରେ ଯୋଗଦେଇ ମାତୃ ଶକ୍ତି ଜାଗରଣ ପାଇଁ ନାରୀ ଜାତି ଏକତ୍ରିତ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ। ଏହାବ୍ୟତିତ ନାରୀମାନଙ୍କ ପାଇଁ ସରକାରୀ ସ୍ତରରେ ରହିଥିବା ବିଭିନ୍ନ ଯୋଜନା ବିଷୟରେ ବୁଝାଇଥିଲେ। ସେହିପରି ଜିଲା ବାର ସଂଘ ସଭାପତି ରାମନାଥ ମିଶ୍ର ନାରୀମାନଙ୍କ ପାଇଁ ରହିଥିବା ବିଭିନ୍ନ ଆଇନଗତ ଦିଗ ବିଷୟରେ କହିବା ସହ ନାରୀମାନେ କିପରି ଆଇନଗତ ସୁରକ୍ଷା ପାଇପାରିବେ ସେହିଷୟରେ ଆଲୋଚନା କରିଥିଲେ। ନାରୀମାନଙ୍କ ସୁରକ୍ଷା ପାଇଁ ତଥା ଅଧିକାର ସାବ୍ୟସ୍ତ ପାଇଁ କିପରି ସମ୍ବିଧାନ ବ୍ୟବସ୍ଥା ରହିଛି ସେବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରାପ୍ରାପ୍ତ ଉପଜିଲାପାଳ ରଜନୀ ଜାନୀ, ଏସଡିପିଓ ଠାକୁର ପ୍ରସାଦ ପାତ୍ର, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୁପତି, ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ ପ୍ରମୁଖଙ୍କ ସହ ବହୁ ମହିଳା ଗ୍ରୁପ ଉପସ୍ଥିତ ଥିଲେ। ଏହି ସମସ୍ତ କାର୍ଯ୍ୟକୁ ମାନବ ଚାଲଣ ନିରୋଦ୍ଧି ୟୁନିଟର ଇନସପେକ୍ଟର ଜ୍ୟୋତ୍ସା କାଉଁରୀ ସଂଯୋଜନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top