ସ୍ୱୟଂ ସହାୟକ ଗୋଷ୍ଠିକୁ କୁକୁଡା ଚାଷ ପ୍ରଶିକ୍ଷଣ ଶିବିର

ବୌଦ୍ଧ, ୦୫ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ନାବାର୍ଡ ସହାୟତାରେ ଜୟ ମାତାଦୀ ଫାରମର ପ୍ରଡ୍ୟୁସର ପକ୍ଷରୁ ଲୁଣିବାହାଲ ଠାରେ ମହାସଂଘ କାର୍ଯ୍ୟାଳୟ ଠାରେ ଏକ ଦିନିକିଆ କୁକୁଡା ଚାଷ ପ୍ରଶୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜୟ ମାତାଦୀ ଫାରମ ପ୍ରଡ୍ୟୁସରର ପରିଚଳାନା ନିର୍ଦ୍ଦେଶକ ସୁବାସ କୁମାର ପ୍ରଧାନଙ୍କ ଅଧକ୍ଷତାରେ ଏହି ପ୍ରଶିକ୍ଷଣ ଶିବିରରେ ସୋନପୁର ନାବାର୍ଡ ଏଜିଏମ ତାପସ ରାଉତ,  ବୌଦ୍ଧ ଏଡିଭିଓ ପ୍ରଫୁଲ କୁମାର ସାହୁ, ବୌଦ୍ଧ ଆରସିଏସ ବିଦ୍ୟାଧର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଶିବିରରେ ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ କୁକୁଡା ଚାଷ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଅନେକ ସ୍ୱୟଂ ସହାୟକ ଗୋଷ୍ଠି ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *