ସ୍ୱେଚ୍ଛାକୃତ ରକ୍ତଦାନ ସଂଘର ଜଳଛତ୍ର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୧୩ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରାଜନହର ଛକ ନିକଟରେ ଥିବା ଯାତ୍ରୀ ବିଶ୍ରାମାଗାର ଠାରେ ଗଜପତି ସ୍ୱେଚ୍ଛାକୃତ ରକ୍ତଦାନ ସଂଘ ପକ୍ଷରୁ ଏକ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରବଳ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏହି ଗ୍ରୀଷ୍ମ ସେବା କାଯ୍ୟକ୍ରମ ସକାଳ ୯.୩୦ମି.ସମୟରେ ଉଦଘାଟିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଭି.ଏଲ.ଏନ. ରାଜୁ ଯୋଗଦେଇ ଏହିପରି ସେବାକାର୍ଯ୍ୟ ପାଇଁ ଯୁବଗୋଷ୍ଠିଗୁଡିକ ସକ୍ରିୟ ହେବା ଆବଶ୍ୟକ ବୋଲି କହିଥିଲେ। ସେହିପରି ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନର ଯୁବକମାନେ ବିଭିନ୍ନ ସମୟରେ ଦୁରଦୁରାନ୍ତରୁ ଆସୁଥିବା ରୋଗିମାନଙ୍କୁ ବିନା ମୁଲ୍ୟରେ ରକ୍ତ ଯୋଗାଇବା ଭଳି ସେବା ପ୍ରଦାନ କରୁଥିବାରୁ ଏହି ସଂଘର ପ୍ରଶଂସା କରାଯାଇଥିଲା। ଏହି ଅବସରରେ ବିଭିନ୍ନ ପଥଚାରୀମାନଙ୍କୁ ଚହ୍ଲା ସର୍ବତ ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘ ପକ୍ଷରୁ ଡି.ପ୍ରଦିପ, ଜି.ନବିନ କୁମାର, ଚନ୍ଦ୍ର ଶେଖର ପ୍ରମୁଖ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *