Home ଅନୁଗୁଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୪୮ୟୁନିଟ୍ ରକ୍ତ ସଂଗୃହୀତ

ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୪୮ୟୁନିଟ୍ ରକ୍ତ ସଂଗୃହୀତ

158

ତାଳଚେର,୫/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନସାଥୀ ଫାଉଣ୍ଡେସନ୍ ଓ ଭୋଗବେରେଣୀ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଭୋଗବେରେଣୀ ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଗୀତା ତ୍ରିପାଠୀ ଓ ସମ୍ମାନୀତ ଅତିଥି ଭାବରେ ଜୀବନସାଥୀ ଫାଉଣ୍ଡେସନ୍‌ର ସଭାପତି ସ୍ୱେଚ୍ଛାସେବୀ ଯୋଗେନ୍ଦ୍ର ବେହେରା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶିବିର ଉଦ୍‌ଘାଟନ କରିଥିଲେ । ତାଳଚେର ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ରକ୍ତଭଣ୍ଡାର ଅଧିକାରୀ ମାନସ ରଞ୍ଜନ ସାହୁଙ୍କ ତତ୍ୱାବଧାନରେ ଲକ୍ଷ୍ମଣ ସାହୁ,ପ୍ରସନ୍ନ କୁମାର ବେହେରା,ବିଜୟଲକ୍ଷ୍ମୀ ନାୟକ ରକ୍ତ ସଂଗ୍ରହ କରିଥିଲେ । ଏଥିରୁ ମୋଟ ୪୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଜୀବନସାଥୀ ଫାଉଣ୍ଡେସନ୍ ‌ର ସମ୍ପାଦକ ସିଦ୍ଧାର୍ଥ ଶଙ୍କର ସାହୁ, ସୌମ୍ୟରଞ୍ଜନ ମାଝୀ,ରଶ୍ମିରଞ୍ଜନ ସାହୁ, ମାଧବ ସାହୁ,ଚାପଲିନ୍ ସାହୁ,ଅମୂଲ୍ୟ କୁମାର ଦାସ,ହରିହର ସାହୁ, ତ୍ରିଲୋଭୂବନ ସାହୁ,ଗୌରାଙ୍ଗ ସାହୁ,ଅରବିନ୍ଦ ଦାସ,ଶୁଶାନ୍ତ ସାହୁ,ତାପସ କୁମାର ସାହୁ ପ୍ରମୁଖ ରକ୍ତ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ରକ୍ତଦାତାମାନଙ୍କୁ ତାଳଚେର ରକ୍ତ ଭଣ୍ଡାର ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କୋଭିଡ୍‌-୧୯ର ନିୟମାବଳୀକୁ ଅନୁସରଣ କରି ରକ୍ତଦାତାମାନେ ମୁହଁରେ ମାସ୍କ ପରିଧାନ ତଥା ସାମାଜିକ ଦୂରତା ରକ୍ଷା କରି ରକ୍ତଦାନ କରିଥିଲେ । ସାରା ବିଶ୍ୱରେ ମହାମାରୀ କୋରୋନାର ବର୍ଦ୍ଧିତ ସଂକ୍ରମଣ ଯୋଗୁଁ ରକ୍ତଭଣ୍ଡାର ଗୁଡିକରେ ରକ୍ତ ସଙ୍କଟ ଦେଖାଦେଇଥିବା ବେଳେ ଜୀବନସାଥୀ ଫାଉଣ୍ଡେସନ୍‌ ର ଏଭଳି ପ୍ରୟାସକୁ ସର୍ବସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.