ସ୍ୱେଚ୍ଛାକୃତ ଭାବେ ସ୍ଥାନାତରିତ ହେଲେ ୭୫ ପରିବାର

କରଞ୍ଜିଆ ୧୧/୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) କରଞ୍ଜିଆ ବନଖଣ୍ଡ ଅଧିନ ଦୁଧିଆଣି ଗ୍ରାମ ପଞ୍ଚାୟତ ରାମଯୋଡି ଗ୍ରାମରରୁ ୭୫ ପରିବାର ପୁଣି ସ୍ଥାନାତରିତ। ସ୍ୱେଚ୍ଛାକୃତ ଭାବେ ସ୍ଥାନାତରିତ ପରିବାର ଙ୍କୁ କରଞ୍ଜିଆ ବନଖଣ୍ଡ ଅଧିକାରୀ ପ୍ରଶ୍ନ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଟପଳସା ଗ୍ରାମ ପଞ୍ଚାୟତ ଶିଆଳିନଈ ଗ୍ରାମରେ ଥଇଥାନ କରିଥିବା ଦେଖିବାକୁ ମିଳିଛି। ବିସ୍ଥାପନ ବସ୍ତିରେ ଆର.ସି.ସି.ଏଫ, ଡେ଼ପୁଟି ଡ଼ାଇରେକ୍ଟର ଶିମିଳିପାଳ, ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ, ସ୍ଥାନୀୟ ବିଧାୟକ ବିଜୟ କୁମାର ନାଏକ, ଉପ ଜିଲ୍ଲାପାଳ ଶରତ କୁମାର ପୁରହିତ, ଉପଖଣ୍ଡ ପୋଲିସ ଅଧିକାରୀ କୃଷ୍ଣ ପ୍ରସାଦ ପଟ୍ଟନାୟକ, ଏ.ସି.ଏଫ ବଟକୃଷ୍ଣ ପାଢ଼ୀ ସମେତ ଉପ ଖଣ୍ଡର ବହୁ ବନ କର୍ମଚାରୀ ବିସ୍ଥାପନ ବସ୍ତିରେ ସ୍ଥାନାତରିତ ପରିବାରଙ୍କୁ ସ୍ୱାଗତ କରିଥିଲେ।ସ୍ଥାନାତରିତ ୭୫ ପରିବାର ଙ୍କୁ ଉପସ୍ଥିତ ଅତିଥି ମାନେ ସ୍ୱାଗତ କରି ନିଜ ନିଜର ରହିବାକୁ ଥିବା ଅସ୍ଥାୟୀ ଗୃହକୁ ପାଛୋଟି ନେଉଥିବା ଦେଖିବାକୁ ମିଳିଥିଲା।ସେହି ପରି ପୂର୍ବରୁ ସ୍ଥାନାତରିତ ହଇଥିବା ପାହାଡ଼ମଡ଼କ ଏବଂ ଖଣ୍ଡିଆଦର ବସ୍ତି ଠାରୁ ଏଠାରେ ସେପରି କୌଣସି ସମସ୍ୟା ନ ଥିଲେ ମଧ୍ୟ ସ୍ଥାୟୀଗୃହ ସାଙ୍ଗକୁ ପାଇ ବାକୁ ଥିବା ସମସ୍ତ ସରକାରୀ ସାହାଯ୍ୟ ଯଥା ଶୀଘ୍ର ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ସେହିପରି ଅନ୍ୟାନ୍ୟ ମୌଳିକ ଅଧିକାର ଯଥାଶୀଘ୍ର ଯୋଗାଇ ଦେବେ ବୋଲି ବିଭାଗୀୟ ଅଧିକାରୀଙ୍କ ଠୁ ସୂଚନା।

Leave a Reply

Your email address will not be published. Required fields are marked *