ଓଡ଼ିଶା

ସ୍ୱାୟତ ଶାସନ ଦିବସକୁ କଳା ଦିବସ ରୂପେ ପାଳନ କଲା ନଗର ଜିଲ୍ଲା ବିଜେପି

କଟକ ତା. ୩୧.୦୮.୨୦୧୮ (ଓଡ଼ିଆ ପୁଅ) କଟକ ଦୁର୍ନିତି, ଭ୍ରଷ୍ଟାଚାର, ସ୍ଥାଣୁ ଓ ଅପାରଗ କଟକ ମହାନଗର ନୀଗମର କାର୍ଯ୍ୟକଳାପକୁ ବିରୋଧକରି କଟକ ନଗର ବିଜେପି ତରଫରୁ ସ୍ୱାୟତ ଶାସନ ଦିବସକୁ କଳା ଦିବର ରୂପେ ପାଳନ କରିବା ସହିତ ସି.ଏମ.ସି ଅଫିସ୍ ସମ୍ମୁଖରେ ନଗର ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ କଳା ପତାକା ଉତୋଳନ କରିଥିଲେ। ପରେ ପରେ ସେଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ବିଜେପି ଦଳର ନିର୍ବାଚିତ କର୍ପୋରେଟର ବୃନ୍ଦ ଏବଂ ବିଜେପିର ବରିଷ୍ଠ ନେତା ମାନେ ନିଜ ବକ୍ତବ୍ୟରେ ସି.ଏମ.ସିର କଟକ ସହର ବାସୀଙ୍କ ପ୍ରତି ଥିବା ବୈନାତୃକ ମନୋଭାବ କୁ ତିବ୍ର ବିରୋଧ କରିବା ସହିତ ମହାନଗର ନିଗମର ନିର୍ବାଚିତ ପରିଷଦକୁ ଭାଙ୍ଗିଦେବା ପାଇଁ ଦାବି କରିଥିଲେ। ପୂର୍ବରୁ ମହାନଗର ନିଗମ କତୃପକ୍ଷଙ୍କ ମନମୁଖୀ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କାର୍ଯ୍ୟ ଓ ପାତର ଅନ୍ତର ନିତିର ଘୋର ବିରୋଧ କରାଯାଇ ଏକ ଦାବି ପତ୍ର ଦିଆଯାଇଥିଲା, ଓ ସ୍ୱାୟତ ଶାସନ ଦିବସକୁ କଳା ଦିବସ ପାଳନ କରିବାକୁ ଚେତାବନୀ ମଧ୍ୟ ଦିଆଯାଇଥିଲା। କଟକ ମହାନଗର ନିଗମ କେନ୍ଦ୍ରୀୟ ଯୋଜନାରେ ପାଇଥିବା କୋଟି କୋଟି ଟଙ୍କା କୁ ହଡପ କରିବା ସହିତ ବିରୋଧି ଦଳ କର୍ପୋରେଟର ଙ୍କ ୱାର୍ଡ ପ୍ରତି ପକ୍ଷପାତିତା ମନୋଭାବ ପୋଷଣ କରୁଛନ୍ତି। ଅମୃତ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ମିଶନ (ଶୌଚାଳୟ ନିର୍ମାଣ), ଅନ୍ତୋଦୟ ଯୋଜନା (ଖାଦ୍ୟ ସୁରକ୍ଷା ଆଇନ) ଜାତୀୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନ ଓ ଉଜ୍ଜଳା ଯୋଜନା (ଏଲ୍ .ଇ;ଡି ଲାଇଟ) ପାଇଁ ମିଳୁଥିବା ଟଙ୍କାକୁ ସଠିକ ଢଙ୍ଗରେ ବିନିଯୋଗ କରାଯାଉନାହିଁ, ଯାହା ଫଳରେ ହୀତାଧିକାରୀ ଜନସାଧାରଣ କେନ୍ଦ୍ର ସରକାରଙ୍କ ଯୋଜନାରେ ଉପୋକୃତ ହୋଇପାରୁନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ପ୍ରଧାନମନ୍ତ୍ରୀ ଶବ୍ଦକୁ କାଢିନିଆଯାଇ କେବଳ ଆବାସ ଯୋଜନା ନାମରେ ହୀତାଧିକାରୀ ମାନଙ୍କୁ ଶାସକ ଦଳର କୁଜି ନେତା ମାନେ ଭ୍ରମିତ କରୁଛନ୍ତି। ଠିକ ସେହିପରି ଜାତୀୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ତିଆରି ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଜାତୀୟ ଶବ୍ଦ କୁ କାଢିନିଆଯାଇ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଛି ବୋଲି ଦାବିକରି ସାଧାରଣ ଜନତାଙ୍କୁ ଭ୍ରମିତ କରାଯାଇ କୁଶ୍ଚିତ ମନୋଭାବ ପୋଷଣ କରାଯାଉଛି। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ, ରାଜ୍ୟ ବିଜେପି ଉପସଭାପତି ନୟନ କିଶୋର ମହାନ୍ତି, ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲିପ ମଲ୍ଲିକ, ଲାଲଟେନ୍ଦୁ ବଡୁ, ବିଶ୍ୱଜିତ ମହାନ୍ତି, ବିଜେପି କର୍ପୋରେଟର ନିରୋଦ ଚନ୍ଦ୍ର ପଣ୍ଡା, ବୈଦେଶ୍ୱର ପଣ୍ଡା, ଚିତରଞ୍ଜନ ଦାସ, ବିଜୟ କୁମାର ଦଳାଇ, ରାଜକୁମାରୀ ସ୍ୱାଇଁ, ହେମନ୍ତ କୁମାର ବେହେରା, ହୃଶିକେଷ ପ୍ରଧାନ ପ୍ରଭୃତି ଉପସ୍ଥିତ ଥିଲେ, ଏବଂ ଅନ୍ୟମାନଙ୍କ ମଧ୍ୟରେ ଦୟାନିଧି ଲେଙ୍କା, ସୌରଚନ୍ଦ୍ର ମହାପାତ୍ର, ସିକନ୍ଦର ଅଲ୍ଲି, ମିନକେତନ ଦାସ, ମନୋରଞ୍ଜନ ସାହୁ, ଅମ୍ବୀକା ସାମଲ, ହରପ୍ରଶନ୍ନ ଦାସ, ସ୍ୱାଧୀନ ଚେତା ମହାନ୍ତି, ଭାଗିରଥୀ ଦଳେଇ, ପ୍ରଶନ୍ନ ପ୍ରଧାନ, ଦେବାଶିଷ ଘୋଷ, ଦେବାଶିଷ ରାୟ, ଲିଙ୍ଗରାଜ ହାତୀ, ଲାଲଟେନ୍ଦୁ ଦାସ, ଜିତେନ ବେହେରା, ଜ୍ୟୋତିରଞ୍ଜନ ପଲାଇ, ଜୟଦେବ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top