ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ-ବାହାରିନ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ନୂଆ ଦିଲ୍ଲୀ ୨୭-୬ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ବାହାରିନ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାକୁ ଅନୁମୋଦନ କରିଛନ୍ତି।

ବୁଝାମଣାରେ ସହଯୋଗର ନିମ୍ନଲିଖିତ କ୍ଷେତ୍ର ସାମିଲ ରହିଛି :

୧. ପ୍ରକାଶନ ଏବଂ ଗବେଷଣା ଫଳାଫଳ ସହିତ ସୂଚନାର ଆଦାନପ୍ରଦାନ।
୨. ଉଭୟ ଦେଶର ସରକାରୀ ଅଧିକାରୀ, ଏକାଡେମିକ କର୍ମଚାରୀ, ବିଦ୍ୱାନ, ଶିକ୍ଷକ, ବିଶେଷଜ୍ଞ ଏବଂ ବିଦ୍ୟାର୍ଥୀଙ୍କ ଯାତାୟାତ।
୩. କର୍ମଶାଳା ଏବଂ ପ୍ରଶିକ୍ଷଣ ପାଠ୍ୟକ୍ରମରେ ଭାଗିଦାରୀ।
୪. ଘରୋଇ କ୍ଷେତ୍ର ଏବଂ ଏକାଡେମିକ ସ୍ତରରେ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଗବେଷଣା ଗତିବିଧିକୁ ପ୍ରୋତ୍ସାହନ।
୫. ଆପୋସ ସହମତିରେ ନିର୍ଦ୍ଧାରିତ ସହଯୋଗର କୌଣସି ଅନ୍ୟ ବିଷୟ।

ସହଯୋଗର ବିବରଣୀକୁ ବ୍ୟାପକ କରିବା ଲାଗି ଏବଂ ବୁଝାମଣା କାର୍ଯ୍ୟାନ୍ୱୟନର ଅନୁଧ୍ୟାନ କରିବା ଲାଗି ଏକ ମିଳିତ କାର୍ଯ୍ୟ ଗୋଷ୍ଠୀ ଗଠନ କରାଯିବ।

Leave a Reply

Your email address will not be published. Required fields are marked *